www.samajalive.in
Saturday, December 13, 2025
27.1 C
Bhubaneswar

ଏସବୁ ଜିନିଷ ଘରେ ରଖିଲେ ବଜାୟ ରହେ ସୁଖ-ସମୃଦ୍ଧି

ସାଧାରଣତଃ ସବୁ ବ୍ୟକ୍ତି ଚାହାନ୍ତି ଭଗବାନ ତାଙ୍କ ଉପରେ ପ୍ରସନ୍ନ ରୁହନ୍ତୁ ଓ ଘରେ ସୁଖ-ସମୃଦ୍ଧି ବଜାୟ ରହୁ। ଏଥିପାଇଁ କିଛି ଲୋକ ପୂଜା ପାଠ ସହ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଏପରି କିଛି ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ବାରା ଭଗବାନ ପ୍ରସନ୍ନ ହେବା ସହ ଘରେ ସର୍ବଦା ସୁଖ-ସମୃଦ୍ଧି ଭରି ରହିଥାଏ। ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ –

ଚନ୍ଦନ : ଚନ୍ଦନ ବହୁତ ପବିତ୍ର ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏହାକୁ ଘରେ ରଖିବା ଦ୍ବାରା ଘରେ ସୁଖ-ସମୃଦ୍ଧି ବଜାୟ ରହେ। ଏହାର ସୁଗନ୍ଧରେ ପରିବେଶରୁ ନକରାତ୍ମକ ଶକ୍ତି ଦୂର ହୋଇଯାଏ। ସବୁ ଦେବତାଙ୍କ ପୂଜାରେ ଚନ୍ଦନର ବିଶେଷ ବ୍ୟବହାର ହୋଇଥାଏ। ଚନ୍ଦନ ତିଳକ ଲଗାଇଲେ ମନକୁ ଶାନ୍ତି ମିଳିଥାଏ।
ବୀଣା : ଦେବୀ ସରସ୍ୱତୀ ବୁଦ୍ଧି ଏବଂ ଜ୍ଞାନର ଦେବୀ। ସେ ହସ୍ତରେ ବୀଣା ଧାରଣ କରିଥାଆନ୍ତି। ଯଦି ଆପଣ ଘରେ ବୀଣା ରଖିବେ, ତା’ହେଲେ ସରସ୍ୱତୀଙ୍କ କୃପାରେ ପରିବାର ସଦସ୍ୟଙ୍କ ବୁଦ୍ଧି ବିକଶିତ ହେବ। ଏଥିରୁ ଆପଣଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ଧୌର୍ଯ୍ୟ ଧରିବା ପାଇଁ ପ୍ରେରଣା ମିଳିପାରିବ।
ଘିଅ : ଘିଅକୁ ସବୁବେଳେ ଘରେ ରଖିବା ଉଚିତ। ଏହାକୁ ନିୟମିତ ରୂପରେ ସେବନ କରିବା ଉଚିତ। ଘିଅ ଶକ୍ତି ପ୍ରଦାନ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖିଥାଏ। ସନ୍ଧ୍ୟାରେ ଏକ ଘିଅଦୀପ ଘରେ ଜଳାଇବା ଉଚିତ। ଏହାଦ୍ୱାରା ବିଶେଷ ଲାଭ ହୋଇଥାଏ।
ମହୁ : ବାସ୍ତୁ ଅନୁସାରେ ଘରେ ମହୁ ରଖିବା ଲାଭଦାୟକ ହୋଇଥାଏ। ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ। ପୂଜା ପାଇଁ ମଧ୍ୟ ମହୁ ବିଶେଷ ଭାବେ ଆବଶ୍ୟକ ହୋଇଥାଏ।
ପାଣି : ସର୍ବଦା ଘରେ ସଫା ପାଣି ଭରି ରଖିବା ଉଚିତ। କୌଣସି ଅତିଥି ଘରକୁ ଆସିଲେ, ତାଙ୍କୁ ପ୍ରଥମେ ଥଣ୍ଡା ପାଣି ପିଇବାକୁ ଦେବା ଉଚିତ। ଏହାଦ୍ୱାରା ଜାତକ ଦୋଷ ମଧ୍ୟ ଦୂର ହୋଇଯାଏ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories