www.samajalive.in
Saturday, December 13, 2025
27.1 C
Bhubaneswar

ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପିର ବାଜିମାତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀ ମନୋଜ କୁମାର ପ୍ରଜାପତିଙ୍କୁ ୧୭ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି।

ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀ ନୌଶାଦ ଅଲ୍ଲୀ ତୃତୀୟ ସ୍ଥାନରେ ଏବଂ କଂଗ୍ରେସର ଦୀପକ ନିଷାଦ ଚତୁର୍ଥ ସ୍ଥାନରେ ରହିଛନ୍ତି। ମୋଟ ୩୪ ପର୍ଯ୍ୟାୟର ମତଗଣନାରେ ବିଜେପି ଆରମ୍ଭରୁ ଆଗରେ ରହିଥିଲା। ବିଜେପିର ଯୁବରାଜ ସିଂହ ୭୪,୧୬୮ ଖଣ୍ଡ ଭୋଟ ପାଇଥିଲାବେଳେ ଏସପିର ମନୋଜ କୁମାର ପ୍ରଜାପତି ୫୬,୩୯୭ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି, ଏସପି, ବିଏସପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୯ ଜଣ ନିର୍ବାଚନକୁ ଓହ୍ଲାଇଥିଲେ। ଏହି ଉପନିର୍ବାଚନରେ ବିରୋଧୀ ଦଳର କୌଣସି ବଡ଼ ନେତା ପ୍ରଚାର କରିନଥିଲେ। ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏକ ହତ୍ୟା ମାମଲାରେ ହମିରପୁର ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଫଳରେ ବିଧାନସଭାରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯାଇଛି। ସେହି ଦିନଠାରୁ ଏହି ପଦ ଖାଲିପଡିଥିଲା।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories