www.samajalive.in
Sunday, December 14, 2025
23.1 C
Bhubaneswar

 ଦିନ ଗୋଟାଏ ସୁଦ୍ଧା  ମେଘାଳୟରେ ୨୭.୭୫  ଓ ନାଗାଲାଣ୍ଡରେ  ୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ପାଇଁ ମଙ୍ଗଳବାରରେ ମତଦାନ ଚାଲିଛି । ଦିନ ଗୋଟାଏ ସୁଦ୍ଧା ମେଘାଳୟରେ ୨୭. ୭୫ ଓ ନାଗାଲାଣ୍ଡରେ ୫୬ ପ୍ରତିଶତ ମତଦାନ ହୋଇଛି ।  ଉଭୟ ରାଜ୍ୟର ୫୯-୫୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି ।

ମେଘାଳୟର ପୂର୍ବ ଗାରୋ ହିଲ୍ସରେ ଆଇଡି ବିସ୍ପୋରଣରେ ରାକଂପା ପ୍ରାର୍ଥୀ ଜୋନାଥନ ଏନ୍‌ ସାଙ୍ଗମାଙ୍କର ମୃତ୍ୟୁ ହୋଇଥିଲା ।ଏହି ଆସନରେ ପରେ ନିର୍ବାଚନ ହେବ । ସେହିପରି ନାଗାଲାଣ୍ଡର ଏନ୍‌ଡିପିପିର ମୁଖ୍ୟ ନିକେୟୁ ରିୟୋ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଉଭୟ ରାଜ୍ୟରେ  ୬୦ ଟି ଲେଖାଏଁ ଆସନ ଥିବା ବେଳେ ୫୯ ଟି ଲେଖାଏଁ ଆସନରେ ନିର୍ବାଚନ ହେଉଛି ।

- Advertisement -

ନାଗାଲାଣ୍ଡରେ ନିର୍ବାଚନୀ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ମେଘାଳୟରେ ୧୮ ଲକ୍ଷ ମତଦାତା ଥିବା ବେଳେ ନାଗାଲାଣ୍ଡରେ ୧୧ ଲକ୍ଷ ୭୬ ହଜାର ୪୩୨ ଜଣ  ନିଜର ମତ ଅଧିକାର ସାବସ୍ତ୍ୟ କରିବେ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories