କର୍ଣ୍ଣାଟକ ନିର୍ବାଚନ: ପ୍ରଥମ ଥର ଭୋଟ ଦେଉଥିବା ବ୍ୟକ୍ତିଙ୍କୁ ମାଗଣା ଦୋସା ଓ କଫି

0

ବେଙ୍ଗାଲୁରୁ: ଦେଶର ମାହୋଲକୁ ଦେଖି ବ୍ୟବସାୟୀ ସେମାନଙ୍କ ପ୍ରଚାର ଢଙ୍ଗ ବଦଳିବାର ଏକାଧିକ ଉଦାହରଣ ଆପଣ ପୂର୍ବରୁ ମଧ୍ୟ ଦେଖିଥିବେ। ଏବେ କର୍ଣ୍ଣାଟକରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କର୍ଣ୍ଣାଟକ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ବେଙ୍ଗାଲୁରୁର ଏକ ହୋଟେଲ ଗ୍ରାହକଙ୍କ ପାଇଁ ଭିନ୍ନ ଢଙ୍ଗରେ ପ୍ରଚାରର ଆରମ୍ଭ କରିଛି। କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ମତଦାନ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଦୋସା ଓ କଫି ପ୍ରଦାନ କରୁଛି। ଏହି ଦୋଷା ପାଇଁ ଆପଣଙ୍କୁ ଟଙ୍କା ପରିବର୍ତ୍ତେ ପୁଲିଂ ବୁଥରେ ଲାଗି ଥିବା କାଳିର ଦାଗ ଦେଖାଇବାକୁ ପଡ଼ିବ। ଆଜିର ଯୁବପିଢିଙ୍କୁ ମତଦାନ କରିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ହୋଟେଲର ମାଲିକ ମତ ରଖିଛନ୍ତି।

Leave A Reply