BJD Bijuli 480×75 Mob

ଚର୍ମରୋଗ ପାଇଁ ମହୌଷଧୀ ଗେଣ୍ଡୁ ଫୁଲ

BJD Bijuli 480×75 Mob

ଆଜିକାଲି ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଲୋକେ ଅନେକ ରୋଗକୁ ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଏବେ ଏକ ଜଟିଳ ସମସ୍ୟା ଭାବେ ଦେଖା ଦେଉଛି। ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ଯେତିକି କଷ୍ଟଦାୟକ ସେତିକି ବିରକ୍ତିକର ମଧ୍ୟ। ଯଦି ଉଚିତ ସମୟରେ ଏହାର ଉପଯୁକ୍ତ ଚିକିତ୍ସା କରା ନଯାଏ, ତେବେ ଏହା ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପି ଯାଇଥାଏ। ତେବେ ଏପରି ଏକ ସରଳ ତଥା ଘରୋଇ ଉପଚାର ଅଛି ଯାହାଦ୍ବାରା ବିନା କୌଣସି ଖର୍ଚ୍ଚରେ ଏହି ଚର୍ମରୋଗ ଠାରୁ ଆପଣ ସମ୍ପୂର୍ଣ୍ଣ ମୁକ୍ତି ପାଇ ପାରିବେ। ଚର୍ମ ରୋଗ ପାଇଁ ଗେଣ୍ଡୁ ଫୁଲ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା, ଏହାକୁ କିପରି ବ୍ୟବହାର କରି ଚର୍ମ ରୋଗକୁ ଦୂର କରିପାରିବା –

ଗେଣ୍ଡୁ ଫୁଲରେ ଆଣ୍ଟିଫଙ୍ଗଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ। ଯାହା ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ଭଲ କରିବାରେ ସହାୟକ ହୋଇଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଫୁଲକୁ ଭଲ ଭାବେ ପେଷି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ। ଏହା ଶୁଖିବା ପଯ୍ୟର୍ନ୍ତ ଲଗାଇ ରଖନ୍ତୁ। ଶୁଖିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।
ମନେରଖନ୍ତୁ, ଯାଦୁ, କାଛୁ, କୁଣ୍ଡିଆ ଏଭଳି ସମସ୍ୟା ଯାହା ସହଜରେ ପିଛା ଛାଡ଼ି ନ ଥାଏ। ଏଥିପାଇଁ ଆପଣ ଧୈର୍ୟ୍ୟ ରଖିବା ଆବଶ୍ୟକ। ଏହି ପେଷ୍ଟକୁ ସକାଳେ ଏବଂ ସନ୍ଧ୍ୟାରେ ଲଗାଇବାକୁ ହେବ। ଏହାସହିତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଖାସ୍ କଥା ହେଉଛି, ଏହି ଉପଚାର ଦ୍ୱାରା କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନଥାଏ।

Comments are closed.