ଚିଦମ୍ବରମଙ୍କ ପରିବାର ବିରୋଧରେ ଅଭିଯୋଗଫର୍ଦ ଦାଖଲ

0

ଚେନ୍ନଇ : ବିଦେଶସ୍ଥିତ ନିଜ ସମ୍ପତ୍ତି ସମ୍ପର୍କରେ ସୂଚନା ନଦେବାରୁ ଆୟକର ବିଭାଗ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଏବଂ ବୋହୂ ଶ୍ରୀନିଧିଙ୍କ ବିରୋଧରେ ‘କଳା ଧନ ଅଧିନୟମ’ ଅନୁସାରେ ଶୁକ୍ରବାର ଅଭିଯୋଗଫର୍ଦ ଦାଖଲ କରିଛି। ଏହି ଅଭିଯୋଗଫର୍ଦ ଚେନ୍ନଇସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରାଯାଇଛି। କଳା ଧନ (ଅଘୋଷିତ ବିଦେଶୀ ଆୟ ଏବଂ ସମ୍ପତ୍ତି) ଧାରା ୫୦ ଅନୁସାରେ ଏହି ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। ବ୍ରିଟେନର କେମ୍ବ୍ରିଜ ସ୍ଥିତ ୫.୩୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି, ଭାରତରେ ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ଆମେରିକାରେ ୩.୨୮ କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗ ଆଗରେ ଆଶିଂକ କିମ୍ପା ପୂର୍ଣ୍ଣ ଭାବେ ଘୋଷଣା କରିନଥିବାରୁ ଚିଦମ୍ବରମଙ୍କ ପରିବାର ନାମରେ ଚାର୍ଜସିଟ ଦାଖଲ ହୋଇଛି।

Leave A Reply