www.samajalive.in
Wednesday, December 10, 2025
23.1 C
Bhubaneswar

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିମସାର କର୍ତ୍ତୃପକ୍ଷଙ୍କ ସହିତ ସମୀକ୍ଷା ବୈଠକ

ବୁର୍ଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୋମବାର ବୁର୍ଲା ଅଶୋକ ନିବାସ ସ୍ଥିତ ପ୍ରେକ୍ଷାଳୟ ଠାରେ ସକାଳ ୧୧ଟା୩୦ ମିନିଟ ସମୟରେ ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ଦତ୍ତ, ଭିମସାରର ଭାରପ୍ରାପ୍ତ ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ଭିମସାରର ନର୍ସିଙ୍ଗ କଲେଜ ଅଧ୍ୟକ୍ଷ ଲିଳାବତୀ ସ୍ୱାଇଁ, ହସପିଟାଲ ମେନ୍ୟାଜର କିର୍ତ୍ତୀମାନ ମହନ୍ତ ଏବଂ ଭିମସାରର ବାର୍ହ୍ୟନିଯୁକ୍ତି ପରିମଳ ଠିକା ସଂସ୍ଥାର ପରିଚାଳକ ନୟନ କୁମାର ପଟେଲଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଭିମସାରର ବହୁବିଧ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକରେ ଗତ ଜୁଲାଇ ମାସ ୧୦ ତାରିଖର ପରଦର୍ଶନ ସମୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟା ଅଗ୍ରଗତି ବିଷୟରେ ପଚାରି ବୁଝିବା ସହିତ କେତେକ କାମ କରା ନ ଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହିତ ଭିମସାର କ୍ୟାମ୍ପସରେ ସ୍ଥାନାଭାବ ଯୋଗୁଁ ମେଡ଼ିକାଲରୁ କିଛି ଦୂରତାରେ ରହିଥିବା ଏନଏସି ମହାବିଦ୍ୟାଳୟ ପଶ୍ଚାତ ଭାଗରେ ହେବାକୁ ଥିବା ମାତୃ ମଙ୍ଗଳ ଶିଶୁଯତ୍ନ ଗୃହ ଏବଂ ଶିଶୁବିଭାଗ ନିର୍ମାଣ କରାଯିବା ପ୍ରସଙ୍ଗକୁ ନେଇ ଭାରପ୍ରାପ୍ତ ପ୍ରଫେସର ବିଜୟ କୁମାର ଦତ୍ତଙ୍କ ଆଲୋଚନା ହୋଇଥିଲା। ଓଏସଟିଏଫ ଗରୀବ ରୋଗୀଙ୍କ ପାଇଁ ସଠିକ ଭାବରେ ଉପଲବ୍ଧ ନହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ଓଏସଟିଏଫ୍‍ ସଂକ୍ରାନ୍ତିୟ ଦ୍ୱନ୍ଦକୁ ଦୁର କରି ଗରୀବ ରୋଗୀ ମାନଙ୍କୁ ଉପକୃତ କରାଯିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭିମସାର ହସପିଟାଲ ମଧ୍ୟରେ ରହିଥିବା ଘରୋଇ ଔଷଧ ଦୋକାନିଙ୍କ କାର୍ୟ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସେପଟେ ଭିମସାରର ଜେଡ଼ିଏ ବା କନିଷ୍ଠ ଡ଼ାକ୍ତରୀ ସଂଘ ତରଫରୁ ସଭାପତି ଡ଼ାକ୍ତର ସଞ୍ଜିବ କୁମାର ମିଶ୍ର ଭିମସାରର କେନ୍ଦ୍ରିୟ ଲାଇବ୍ରେରୀକୁ ଏମସିଆଇ ନିୟମ ମୁତାବକ ପ୍ରଶସ୍ଥ କରି ନିର୍ମାଣ କରାଯିବା ସହିତ କଡ଼ରେ ଏକ କେଣ୍ଟିନ ବ୍ୟବସ୍ତା କରାଯିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପିତ ହୋଇଥିଲା। ଏହାକୁ ନେଇ ତିନିତାଲା ବିଶିଷ୍ଟ କୋଠା ନିର୍ମାଣ କରାଯିବା ପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆ ଯାଇଥିଲା। ଓମଟା ପକ୍ଷରୁ ଡ଼ ସୁନିଲ ଶର୍ମା, ଡ଼ ବିମଲ ପଣ୍ଡା ଏବଂ ଡ଼ ଅଶୋକ ପାଣିଗ୍ରାହୀ ପ୍ରମୁଖ ଆସି ସ୍ଥାୟୀ ନିର୍ଦ୍ଦେଶକ ଯଥାଶୀଘ୍ର ଅବସ୍ତାପିତ କରାଯିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଠାରେ ଦାବୀ ଉପସ୍ତାପିତ କରିଥିଲେ। ସ୍ଥାୟୀ ନିର୍ଦ୍ଦେଶକ ବ୍ୟବସ୍ତା ପାଇଁ ପୁଣି ନିଯୁକ୍ତି ବିଜ୍ଞାପନ କରାଯିବ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରୟାସ କରାଯାଉଥିବା ଏହା ସହିତ ପ୍ରାପ୍ୟଜନିତ ସମାସ୍ୟାର ସମାଧାନ ଦିଗରେ ପାରୁପର୍ୟ୍ୟନ୍ତ ଚେଷ୍ଟା କରାଯିବ ଏବଂ ଭିମସାର ସମାସ୍ୟା ମାନଙ୍କ ସମାଧାନ ପାଇଁ ରାଜ୍ୟ ସରକାର ତତ୍ପର ବୋଲି ବ୍ୟକ୍ତ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଏହା ସହିତ ବର୍ତ୍ତମାନ ଭିମସାରରେ କିଡ଼ନି ରୋଗ ବିଶେଷଜ୍ଞ ନ ଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ଡ଼ାକ୍ତରଙ୍କ ନିଯୁକ୍ତି କ୍ଷମତା ଭିମସାର କର୍ତ୍ତୃପକ୍ଷଙ୍କ ରହିଥିବା ଏବଂ ଆବଶ୍ୟକ ସ୍ତଳେ ବିଭାଗ ତରଫରୁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଭିମସାରର ସ୍ଥାୟୀ ନିର୍ଦ୍ଦେଶକ ଅବସ୍ତାପିତ ହେବାରେ ସମସ୍ତ ସମାସ୍ୟା ମାନଙ୍କର ସମାଧାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ସହିତ ଲଟାମରା ପାରାକୁଏଟ ପ୍ରସଙ୍ଗକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହା ଏକ ସମ୍ବେଦନଶୀଳ ବିଷୟ ତେଣୁ ଏହାକୁ ଗୁରୁତର ସହିତ ନିଆଯାଇ ସ୍ୱାସ୍ଥ୍ୟବିଭାଗ ତରଫରୁ ରିପୋର୍ଟ ତଲବ କରାଯାଇଥିବା ସୂଚନା ଦେଇଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories