www.samajalive.in
Wednesday, December 10, 2025
23.1 C
Bhubaneswar

ଜଳବାୟୁ ପରିବର୍ତ୍ତନକୁ ନେଇ ଜନ ଆନ୍ଦୋଳନ ଓ କାର୍ଯ୍ୟାନ୍ବୟନର ଆବଶ୍ୟକତା ରହିଛି : ମୋଦୀ

ନ୍ୟୁୟର୍କ : ସମଗ୍ର ବିଶ୍ବ ଜଳବାୟୁ ପରିବର୍ତ୍ତନକୁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଭାବେ ଗ୍ରହଣ କରିଛି। ତେବେ ଏହାକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ସହ କାର୍ଯ୍ୟରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜାତିସଂଘ ମହାସଚିବଙ୍କ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶୀର୍ଷ ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି, ଭାରତ ଏ ଦିଗରେ ଅନେକ ପଦକ୍ଷେପ ନେଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବୁ। ଏ ନେଇ ସଚେତନତା ଆରମ୍ଭ ହୋଇଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେହିପରି ଜଳସଂରକ୍ଷଣ ପାଇଁ ଆମେ ‘ଜଳଜୀବନ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ବୋଲି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର୍ବଜନୀନ ସ୍ୱାସ୍ଥ୍ୟ ଉପଲବ୍ଧତା ଏବଂ ‘Leaders’ Dialogue on Strategic Responses to Terrorist and Violent Extremist Narratives’ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି।

- Advertisement -

କାତାରର ଅମିର୍‍ ଶେଖ୍‍ ତମିମ୍‍ ବିନ୍‍ ହମଦ୍‍ ଅଲ୍‍ ଥାନି, ନାଇଜେରିଆ ରାଷ୍ଟ୍ରପତି ମହାମଡ଼ଉ ଇସୌଫୌ, ଇଟାଲୀ ପ୍ରଧାନମନ୍ତ୍ରୀ ଗିସେପେ କୋଣ୍ଟେ, ନାମ୍ବିଆ ରାଷ୍ଟ୍ରପତି ହେଗ୍‍ ଗେଇଁଗୋବ୍‍ ଏବଂ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିଙ୍କ ସହ ଶ୍ରୀ ମୋଦୀ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବେ । ୟୁନିସେଫ୍‍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେନେରିତା ଏଚ୍‍ ଫୋରେଙ୍କ ସହ
ଶ୍ରୀ ମୋଦୀ ଏକ ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ ଜାତିସଂଘ ସଦର କାର୍ଯ୍ୟାଳୟରେ ଗାନ୍ଧି ସୌର ଉଦ୍ୟାନ ଓ ଗାନ୍ଧି ଶାନ୍ତି ଉଦ୍ୟାନ ଉଦ୍‍ଘାଟନ କରିବେ ।

୭ଦିନିଆ ଆମେରିକା ଗସ୍ତର ପ୍ରଥମ ପର୍ଯ୍ୟାୟରେ ହଷ୍ଟନ୍‍ ଗସ୍ତ ପରେ ଶ୍ରୀ ମୋଦୀ ନ୍ୟୁୟର୍କରେ ଯାଇ ପାହଞ୍ଚିଛନ୍ତି । ଆସନ୍ତା ଶୁକ୍ରବାର ଦିନ ସେ ଜାତିସଂଘ ସାଧାରଣ ପରିଷଦର ୭୪ ତମ ଅଧିବେଶନରେ ଉଦ୍‍ବୋଧନ ଦେବେ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ଓ ଦ୍ୱିପାକ୍ଷିକ ବୈଠକଗୁଡ଼ିକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories