www.samajalive.in
Sunday, December 14, 2025
15.1 C
Bhubaneswar

ହରିୟାଣାରେ ବିଜେପିର ମିଶନ ୭୫; ସାଂସଦ-ବିଧାୟକ, ମେୟରଙ୍କ ସମ୍ପର୍କୀୟଙ୍କୁ ଟିକେଟ ମନା

ଚଣ୍ଡିଗଡ଼ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ରାଜ୍ୟରେ ରାଜନୈତିକ ସରଗରମ ବଢିଯାଇଛି। ପ୍ରତ୍ୟକ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟରେ ଟିକେଟ ବଣ୍ଟା ଉପରେ ସମସ୍ତଙ୍କ ନଜର ରହିଛି। ଏହି କ୍ରମରେ ହରିୟାଣା ବିଜେପି ମିଶନ ୭୫ ଆରମ୍ଭ କରିଛି। ଏଥିରେ ହରିୟାଣାରେ ୭୫ଟି ଆସନ ଜିତିବାକୁ ବିଜେପି ଲକ୍ଷ୍ୟ ରଖିଛି।

ହରିୟାଣାରେ ସାଂସଦ, ବିଧାନସଭା, ମେୟରଙ୍କ ସମ୍ପର୍କୀୟ ଏବଂ ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ନେତାଙ୍କୁ ପ୍ରାର୍ଥୀ ନକରିବା ପାଇଁ ବିଜେପି ନିଷ୍ପତ୍ତି ନେଇଛି। ରବିବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପିର ବୈଠକ ହୋଇଥିଲା। ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କେତେକ ସାଂସଦ, ବିଧାୟକ ଏବଂ ଅନ୍ୟ ନେତା ନିଜ ସମ୍ପର୍କୀୟଙ୍କ ପାଇଁ ପାର୍ଟିକୁ ଟିକେଟ ମାଗିଛନ୍ତି। ବିଜେପି ପାରବିବାରିକ ରାଜନୀତିକୁ ବିରୋଧ କରୁଥିବାବେଳେ ସମ୍ପର୍କୀୟଙ୍କୁ ଟିକେଟ ପ୍ରଦାନ ସପକ୍ଷରେ ନାହିଁ। ତେଣୁ ଦଳ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ହରିୟାଣା ବିଜେପିର ଜଣେ ବରିଷ୍ଠ ନେତା ସୋମବାର କହିଛନ୍ତି ଯେ ସାଂସଦ, ବିଧାୟକ, ମେୟର, ଜିଲାପରିଷଦ ଅଧ୍ୟକ୍ଷଙ୍କ ସମ୍ପର୍କୀୟଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ଦିଆଯିବ ନାହିଁ। ଆବଶ୍ୟକତା ନପଡ଼ିବା ପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଇଁ ଟିକେଟ ନମାଗିବାକୁ ପାର୍ଟି ପକ୍ଷରୁ ନେତାଙ୍କୁ କହିଦିଆଯାଇଛି। ବିଜେପି ବଂଶବାଦ ରାଜନୀତି ଉପରେ ବିଶ୍ୱାସ କରେ ନାହିଁ ଓ ପାର୍ଟିରେ ଏହାର କୌଣସି ସ୍ଥାନ ନାହିଁ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବ। ଅକ୍ଟୋବର ୨୪ରେ ନିର୍ବାଚନ ଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପାର୍ଟି ରାଜ୍ୟରେ ୭୫ଟି ବିଧାନସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ହରିୟାଣାରେ ବିଜେପିର ଦବଦବା ରହିଛି। ହରିୟାଣା ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ୧୦ଟି ଯାକଁ ଆସନରେ ବିଜୟୀ ହୋଇଥିଲା। ଫଳରେ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories