www.samajalive.in
Friday, December 12, 2025
19.1 C
Bhubaneswar

ସାପ କାମୁଡାରେ ମାଆ ଓ ପୁଅଙ୍କ ମୃତ୍ୟୁ, ପଡିଶାଘର ବୋହୂ ଗୁରୁତର

କୋଦଳା: କୋଦଳା ଥାନା ତଥା ଏନଏସି ଓ୍ଵାର୍ଡ ନମ୍ବର ୧ ବି.ନୁଆପଲ୍ଲୀରେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି ।ବିଷାକ୍ତ ସାପ କାମୁଡା ରେ ମା ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ପଡୋଶୀ ଘରର ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣା ହେଉଛି ବି.ନୁଆପଲ୍ଲୀ ଗ୍ରାମର କାଳିଆ ପରିଡାଙ୍କ ସ୍ତ୍ରୀ ମନାସ ପରିଡ଼ା ,ବଡ ପୁଅ , ସାନପୁଅ ଆଶିଷ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ର ରେ ହଠାତ ସାନ ପୁଅ କାନ୍ଦିବାରେ ଲାଗିଲା। ଏହା ଦେଖି କଣ ହେଲା ବୋଲି ବାପା ଜାଣିବା ସମୟ ରେ ମାଆ ମଧ୍ୟ ଚିତ୍କାର କରିଥିଲେ। କୌଣସି ଜନ୍ତୁ କାମୁଡି ଦେଇଛି ଜାଣିବା ପରେ ସଙ୍ଗେ ସଙ୍ଗେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ଆଶିଷର ମୃତ୍ୟୁ ଘଟିଥିବା ବେଳେ ମାଆ ମନାସକୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ସମୟ ମାଆ ମନାସ ର ମଧ୍ୟ ମୃତ୍ୟୁ ଘଟିଥିଲା। ଏପରି ଘଟଣା ପରେ ତାର ପରିବାର ଲୋକେ ଶୋକ ସାଗର ରେ ଭାସୁଥିବା ବେଳେ ପଡିଶା ଘର କାଳିଆ ପରିଡାଙ୍କ ସ୍ତ୍ରୀ ସାନ୍ତ୍ଵନା ଦେବା ନିମନ୍ତେ ମନାସ ଘରେ ପହଞ୍ଚି ସେମାନଙ୍କୁ ବୁଝାଉ ଥିଲେ। ଠିକ ସେତିକି ବେଳେ ତାଙ୍କୁ ମଧ୍ୟ କୌଣଷି ସାପ କାମୁଡି ଦେଇଥିଲା ।ପରେ ପରେ କୋଦଳା ଓ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ଘରେ ବୃଦ୍ଧ ଶାଶୁ ଶଶୁରଙ୍କ ସମେତ ଅନ୍ୟ ଏକ ପୁତ୍ର ବାହୁନି ବାହୁନି କାନ୍ଦୁଛନ୍ତି ।ଉକ୍ତ ପରିବାର କୁ ସରକାରି ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories