www.samajalive.in
Sunday, December 14, 2025
14.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ ଖବର:

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବାକୁ ଆମେରିକା ଯାତ୍ରା କରିଛନ୍ତି।

# ଆସନ୍ତାକାଲି ‘ହାଓଦି ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେବେ।

- Advertisement -

# ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍‍ ଅରୋଡ଼ା ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ ତାରିଖରେ ହେବା ନେଇ ଘୋଷଣା କରିଛନ୍ତି।

# ମହାରାଷ୍ଟ୍ର ଏବଂ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ଉଭୟ ରାଜ୍ୟରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୨୪ ତାରିଖରେ ଉଭୟ ରାଜ୍ୟର ଭୋଟ ଗଣତି କରାଯିବ।

-ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ ଆସନରେ ମତଦାନ ଅନୁଷ୍ଠିତ ହେବ।

 -ଆସନ୍ତା ୨୭ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ସେହିଦିନଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

# ଜୀବନରେ କୌଣସି ରିସ୍କ୍‍ ନ ଉଠାଇଲେ କିଛି କରିହେବ ନାହିଁ ବୋଲି ଆଜି ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ମୁଖ୍ୟ କେ.ଶିବନଙ୍କ ପରାମର୍ଶ

ଆଞ୍ଚଳିକ:

#  ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ ସମତେ ଓଡ଼ିଶାର ବିଜେପୁରରେ ଉପନିର୍ବାଚନ ହେବ।

# କଟକ ଜିଲ୍ଲା ବାରଙ୍ଗ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନରେ ଶୁକ୍ରବାର ରାତିରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ‘ଗୌରୀ’ ନାମକ ସେହି ହାତୀ ହରପିସ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲା ଓ ପଶୁ ବିଶେଷଜ୍ଞଙ୍କ ତତ୍ୱାବଧାନରେ ତାର ଚିକିତ୍ସା ଚାଲିଥିଲା।

 -ଗୌରୀର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ହ୍ରାସ ପାଇଛି।

# ସେବିକା ନିହାରିକା ହତ୍ୟା ମାମଲାର ଏକ ବଡ ତଥ୍ୟ ମିଳିଛି । କଟକ ଚାଉଳିଆଗଞ୍ଜର ଅପଣିଆରେ ଥିବା ରାଜାଙ୍କ ସାଙ୍ଗର ଏକ ଭଡା ଘରେ ନିହାରିକାକୁ ହତ୍ୟା କରାଯାଇଛି । ପରେ ତାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ବାଇକରେ ନିଆ ଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗାଯାଇଥିବା ପୁଲିସ କହିଛି।

# ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ଶେଖାୱତ ବୁଦ୍ଧିଜୀବୀ ଓ ଯୁବପୀଢ଼ିଙ୍କ ସହ ଆଲୋଚନା କରି ଜାମ୍ମୁ କାଶ୍ମୀର​ ଏବେ ବିକାଶ ପଥରେ ଆଗେଇ ଚାଲିଛି ଏବଂ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି।

# ଆଜି ବିଶ୍ୱ ବେଳାଭୂମି ସଫେଇ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ମୋ ବିଚ୍‍’ କାର୍ଯ୍ୟକ୍ରମ

ଜାତୀୟ:

#ପାକିସ୍ତାନୀ ସୈନ୍ୟମାନେ ଜମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚ୍‍ ଜିଲ୍ଲାରେ ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି।

# ଜି.ଏସ୍‍.ଟି. ପରିଷଦ ହୋଟେଲ୍‍ ଶୁଳ୍କ ସମେତ ଅନେକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଛି।

# ଉତ୍ତରପ୍ରଦେଶର ଏଟା ଜିଲାର ମିରହଚୀ ଅଞ୍ଚଳରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।  

# ନୂଆଦିଲ୍ଲୀ ଓ ଡିବ୍ରୁଗଡ ମଧ୍ୟ​‌ରେ ଚଳାଚଳ କରୁଥିବା  ବ୍ରହ୍ମପୁତ୍ର ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜମାଲପୁର କିଉଲ ଜଙ୍କଶନ ଅନ୍ତର୍ଗତ ବିହାରର ଭାଗଲପୁର-ପାଟଣା ରେଳ ଧାରଣାରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

# ରୁଷ୍‍ର ଏକାତେରିନ୍‍ବର୍ଗ୍‍ରେ ବିଶ୍ୱ ପୁରୁଷ ମୁଷ୍ଟିଯୁଦ୍ଧ ଚାମ୍ପିଆନ୍‍ସିପ୍‍ ଫାଇନାଲରେ ଏସୀୟ ଚାମ୍ପିୟନ୍‍ ଅମିତ୍‍ ପାଙ୍ଘଲ୍‍ ଆଜି ଗତଥରର ଅଲମ୍ପିକ୍‍ ଚାମ୍ପିୟନ୍‍ ଉଜ୍‍ବେକିସ୍ତାନର ସାଖୋବିଦିନ୍‍ ଜୋଇରୋବ୍‍ଙ୍କୁ ଭେଟିବେ।

ଆନ୍ତର୍ଜାତୀୟ:

# ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି, ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories