www.samajalive.in
Tuesday, December 9, 2025
26.1 C
Bhubaneswar

ବିଧାୟକ ମୋକିମ୍‌ଙ୍କୁ କଟକ ଡିସିପିଙ୍କ ଅସମ୍ମାନ ପ୍ରସଙ୍ଗ; ଅଖିଳେଶ୍ୱରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର : କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ମାନ୍ୟବର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନଡକାଯିବା ଓ ଜାଣିଶୁଣି ଅସମ୍ମାନ କରିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଦାବି କରଛି । ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମିଡିଆ ସେଲ୍ ମୁଖ୍ୟ ତଥା କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ କାଠଗଡା ଭିତରକୁ ଟାଣିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ୫ଟି(T)ର ମନ୍ତ୍ର ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡିଶା ସରକାରଙ୍କ ଗୃହ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା କଟକ ଡିସିପି ଅଖିଳେଶ୍ୱର ସିଂ ଜାଣିଶୁଣି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଓଡିଶା ସରକାରଙ୍କ ବୁକ୍ ସର୍କୁଲାର ନଂ ୪୭ କୁ ଉଲ୍ଲଘନ କରି ସରକାରୀ କାର୍ଯ୍ୟକ୍ରମ ଠାରୁ ଦୂରରେ ରଖୁଛନ୍ତି।

ମୁଖ୍ୟମନ୍ତ୍ରୀ “ମୋ ସରକାର” କାର୍ଯ୍ୟକ୍ରମ ହାତକୁ ନେଇ ପୁଲିସ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ କିଭଳି ଉତ୍ତରଦାୟୀ ରହିବ ସେ ପ୍ରସଙ୍ଗରେ ଅତ୍ୟଧିକ ପ୍ରଚାର ପ୍ରସାର କରୁଥିବା ବେଳେ କଟକର କଂଗ୍ରେସ ଦଳର ନିର୍ବାଚିତ ବିଧାୟକ ଶ୍ରୀ ମୋକିମ୍‌ଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନ ଡାକି ଓଡିଶାବାସୀଙ୍କୁ ଏକ ନକରାତ୍ମକ ସନ୍ଦେଶ ଦେଉଛନ୍ତି। ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାରି କରିଥିବା ବୁକ୍ ସର୍କୁଲାର ନଂ ୪୭ ଅନୁଯାୟୀ ପ୍ରତ୍ୟେକ ସରକାରୀ ଅଧିକାରୀ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ ପୂର୍ବକ ଜନସାଧାରଣଙ୍କ ଉନ୍ନତିମୂଳକ କାର୍ଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବେ ଏବଂ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ଯଥାରୀତି ସ୍ଥାନୀୟ କାର୍ଯ୍ୟରେ ସାମିଲ କରାଇବେ। କିନ୍ତୁ ଦୁଃଖର ବିଷୟ କଟକ ଡିସିପି ଅଖିଳେଶ୍ୱର ସିଂ ଏ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଲ୍ଲଘଂନ କରିଚାଲିଛନ୍ତି ଏବଂ ବାରମ୍ବାର ତାଙ୍କର ଏ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସତ୍ୱେ ସରକାର ସଂପୂର୍ଣ୍ଣ ମୌନବ୍ରତ ପାଳନ କରିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି ଥିବା ଆନୁଗତ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜଣେ ଜନସେବକ ନିର୍ବାଚିତ ଜନପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଜାଣିଶୁଣି ଅବହେଳା ଓ ଅସମ୍ମାନ ପ୍ରଦର୍ଶନ କରିବା ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ଖୋଲାଖୋଲି ଉଲ୍ଲଘଂନ ହୋଇଛି ।

- Advertisement -

 

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories