www.samajalive.in
Sunday, December 14, 2025
14.1 C
Bhubaneswar

ୱାରର “ଜୟ ଜୟ ଶିବ ଶଙ୍କର” ଗୀତ ରିଲିଜ୍, ନଜର ଆସିଲା ହ୍ରିତିକ୍-ଟାଇଗରଙ୍କ ଜବରଦସ୍ତ ଡ଼୍ୟାନ୍ସ

ମୁମ୍ବଇ : ବଲିଉଡ଼ର ଦୁଇ ଆକ୍ସନ ଷ୍ଟାର ହ୍ରିତିକ୍ ରୋଶନ ଓ ଟାଇଗର ଶ୍ରଫ୍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ୱାର୍’ର ଗୀତ ଜୟ ଜୟ ଶିବ ଶଙ୍କର ଶନିବାର ରିଲିଜ୍ ହୋଇଛି। ଏଥିରେ ହ୍ରିତ୍ଵିକ୍-ଟାଇଗରଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ରିଲିଜ ହେବାମାତ୍ରେ ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଗୀତର ଲାଇନ୍ ରହିଛି ଜୟ ଜୟ ଶିବ ଶଙ୍କର, ଆଜ ମୁଡ ହୈ ଭୟଙ୍କର। ବିଶାଲ ଶେଖରଙ୍କ ସଙ୍ଗିତ ନିର୍ଦେଶନାରେ ଗୀତ ରଚନା ହୋଇଛି। ବିଶାଲ ଦଦଲାନୀ ଏବଂ ବୈନୀ ଦୟାନ ଏଥିରେ କଣ୍ଠଦାନ କରିଛନ୍ତି।
ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତାଙ୍କୁ ଗୋଟିଏ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘ୱାର୍’ରେ ଦର୍ଶକ ଜବରଦସ୍ତ ଷ୍ଟଣ୍ଟ୍ ଓ ଆକ୍ସନ ଦୃଶ୍ୟ ଦେଖିବାକୁ ପାଇବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ।
ୟଶରାଜ ବ୍ୟାନରରେ ନିର୍ମିତ ‘ୱାର୍’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପରଦାକୁ ଆସିବ। ଏହି ଚଳଚ୍ଚିତ୍ରକୁ ୭ଟି ଭିନ୍ନ ଭିନ୍ନ ଦେଶ ଓ ୧୫ଟି ସହରରେ ଶୁଟ୍ କରାଯାଇଛି। ଏହାର ଷ୍ଟଣ୍ଟ୍ ଓ ଆକ୍ସନ ଦୃଶ୍ୟ ପାଇଁ ୪ ଜଣ ଆକ୍ସନ ନିର୍ଦ୍ଦେଶକ ନିୟୋଜିତ ହୋଇଥିଲେ। ଚଳଚ୍ଚିତ୍ରରେ ହ୍ରିତିକ୍ ଓ ଟାଇଗରଙ୍କ ବ୍ୟତୀତ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ‘ୱାର୍’ ହ୍ରିତିକ୍ ଓ ଟାଇଗରଙ୍କ ପୁରୁଣା ରେକର୍ଡ଼ ଭାଙ୍ଗିବ ବୋଲି ଆଶା କରାଯାଉଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories