www.samajalive.in
Saturday, December 13, 2025
27.1 C
Bhubaneswar

ନିଖୋଜର ୨୫ ଦିନ ପରେ ନାବାଳିକାର ମୃତଦେହ ଠାବ

ଭଂଜନଗର/ସୋରଡା: ସୋରଡା ଥାନା ଅନ୍ତର୍ଗତ ଅସୁରବନ୍ଧ ପଞ୍ଚାୟତର ପାଟପଲ୍ଲିୀ ଛକ ନିକଟସ୍ଥ ଜଙ୍ଗଲରୁ ଜଣେ ୧୫ ବର୍ଷୀୟା ନାବାଳିକାର ମୃତଦେହକୁ ପୁଲିସ୍‍ ଉଦ୍ଧାର କରିଛି। ଝିଅଟିକୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ପୁଲିସ୍‍ ସନ୍ଦେହ କରିଛି। ଏହି ଘଟଣାର ଅଧିକ ଅନୁଧ୍ୟାନ ପାଇଁ ସୋରଡା ଥାନା ଅଧିକାରୀ ପ୍ରଭାତ ସାହୁ ଭଂଜନଗର ଉପଖଣ୍ଡିୟ ସରକାରୀ ହାସପିଟାଲରେ ପହଁଚି ମୃତ ଝିଅଟିର ଶବ ବ୍ୟବେଛଦ କରିଥିଲେ। ନାବାଳିକାଟି ଏହି ଥାନା ଅନ୍ତର୍ଗତ ଗୁଣ୍ଡିରିବାଡି ଗ୍ରାମର ବାଳକୃଷ୍ଣ ଗୌଡଙ୍କ ଝିଅ ସନ୍ତୋଷିନୀ ବୋଲି ଜଣାପଡିଛି। ସେ ୨୫ ଦିନ ଧରି ଘରୁ ନିଖୋଜ ଥିଲା। କେହି ଜଣେ ଯୁବକ ସନ୍ତୋଷିନୀକୁ ଅପହରଣ କରି ନେଇଥିଲା ବୋଲି ମୃତ ଝିଅର ବାପା ବାଳକୃଷ୍ଣ ପ୍ରକାଶ କରିଛନ୍ତି।

ସନ୍ତୋଷୀନିର ମା’ ଜମିକୁ ଧାନ ରୋଇବାକୁ ଯାଇଥିବା ବେଳେ ନାବାଳିକାଟି ଘରୁ ଚାଲି ଯାଇଥିଲା ବୋଲି ବାପା କହିଛନ୍ତି। ଝିଅ ଅନ୍ତର୍ଦ୍ଧାନ ହେବା ଖବର ପାଇ ସେ ସୁରତରୁ ଗାଁକୁ ଆସିଥିଲେ। ସେହିଦିନଠାରୁ ଝିଅକୁ ଖୋଜାଖୋଜି କରି କୌଣସି ପତ୍ତା ପାଇ ପାରିନ ଥିଲେ। ତେବେ ତାର ଶବ ପାଟପଲ୍ଲି ଜଙ୍ଗଲରେ ପଡି ରହିଥିବା ଜାଣିବାକୁ ପାଇଥିଲେ। ତାଙ୍କ କନ୍ୟାକୁ ଜଣେ ଯୁବକ ଅପହରଣ କରି ହତ୍ୟା କରିଛି​‌ ବୋଲି ସେ ଅଭିଯୋଗ କରିଛନ୍ତି। ସମ୍ଭବତଃ, ଯୁବକଟି ବଡଗଡ ଥାନା ଅଞ୍ଚଳର ବୋଲି ସେ ସନ୍ଦେହ କରିଛନ୍ତି। ଏଠାକୁ ତଦନ୍ତ ପାଇଁ ଆସିଥିବା ଥାନା ଅଧିକାରୀ ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ ଯେ ଝିଅଟି ଘରୁ ଚାଲିଯିବାର କିଛିଦିନ ପରେ ଦୁଇ ଦୁଇ ଥର ନିଜ ଘର ଓ ମାମୁ ଘରକୁ ଆସିଥିଲା। କିଂତୁ, ନିଜ ବାପ ଘର କିମ୍ବା ମାମୁ ଘର ଲୋକେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ଦେଇ ନ ଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ। ଝିଅଟି ଅସହାୟ ଅବସ୍ଥାରେ ଘରର ବାରଣ୍ଡା ମାଡି ନ ପାରି ପୁନର୍ବାର ଗାଁରୁ ବାହାରି ଚାଲି ଯାଇଥିଲା।

- Advertisement -

ଏପରି ଏକ ଅସ୍ୱାଭାବିକ ପରିସ୍ଥିତି ମଧ୍ୟରେ ଝିଅଟିର ମୃତ୍ୟୁ ଘଟଣାକୁ ନେଇ ଏହା ଏକ ହତ୍ୟା ବୋଲି ଥାନା ଅଧିକାରୀଙ୍କ ସନ୍ଦେହ କରିଚନ୍ତି। ଝିଅଟିକୁ ବୁଧବାର ରାତିରେ ହତ୍ୟା କରଯାଇଥିବା କୁହାଯାଇଛି। ଘଟଣାଟି ସୋରଡା ଥାନା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ପୁଲିସ୍‍ ଏବେ ମୃତ୍ୟୁର କାରଣ ଖୋଜି ବୁଲୁଛି। ମୋବାଇଲରେ ଥିବା ଯୁବକର ଫ​ଟୋ ପରିଚୟ ପାଇଁ ପୁଲିସ୍‍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories