ଫୁଲବାଣୀ: ମାଓ ପ୍ରବଣ ଅଞ୍ଚଳକୁ ଗସ୍ତ କରି ଉନ୍ନୟନ କାର୍ୟ୍ୟ ତଦାରଖ କରିବା ସହିତ ବିଦ୍ୟାଳୟରେ ପହଞ୍ଚି ପିଲାଙ୍କୁ ପଢ଼ାଇଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ପ୍ରଶ୍ନ ପଚାରିଥିଳେ। ଜିଲାପାଳ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପାଙ୍ଗା ଓ ସାଡ଼ିଙ୍ଗିଆ ଆଦି ପଞ୍ଚାୟତ ପରିଦର୍ଶରେ ଯିବା ସହିତ କିଆମୁଣ୍ଡା ବିଦ୍ୟାଳୟକୁ ଗସ୍ତ କରି ସେଠାରେ ପିଲାମାନଙ୍କ ସହିତ ବହୁ ସମୟ ବିତାଇଥିଲେ। ବିଦ୍ୟାଳୟରେ ପଢାଯାଉଥିବା ବିଭିନ୍ନ ବିଷୟରେ ପିଲାଙ୍କୁ ପଚାରିବୁଝିବା ସହିତ ନିଜେ ମଧ୍ୟ କଳାପଟା ପାଖରେ ଠିଆ ହୋଇ ପଢାଇଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କ ପାଠପଢା ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଜିଳାରେ ଶିକ୍ଷାକୁ ଲୋକାଭିମୁଖୀ କରିବାକୁ ଜିଲାପାଳ ତାଙ୍କର ଉଦ୍ୟମ ଜାରି ରଖିଥିବା ବେଳେ ଗତ ଦିନରେ ମଧ୍ୟ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ପିଲାଙ୍କୁ ପାଢ ପଢାଇବା ସହିତ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ।
ସେହିଭଳି ଖଜୁରିପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଅଚାନକ ଗାଡ଼ିଆପଡ଼ା ସେବାଶ୍ରମ ପରିଦର୍ଶନ କରିବା ସହିତ ବିଦ୍ୟାଳୟର ଅଭାବ ଓ ଅସୁବିଧା ପଚାରି ବୁଝିଥିଲେ। କିଛି ଶ୍ରେଣୀକୁ ଗସ୍ତ କରି ପିଲାମାନଙ୍କ ସହିତ ଶିକ୍ଷା ଉପରେ ଆଲୋଚନା କରିଥିଲେ। ଏଥି ସହିତ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବହୁ ପିଲା ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିବା ଯୋଗୁଁ ସେ ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ଉପସ୍ଥାନ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିଦ୍ୟାଳୟକୁ ଗସ୍ତ, ପରିବେଶ ସହିତ ପିଲାଙ୍କୁ ସେବାଶ୍ରମରେ ଦିଆଯାଉଥିବା ଖାଦ୍ୟ ଭଳି ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ।



