ଧାମରାରେ ‘ସାଗର କବଚ’ ମକଡ୍ରିଲ ଶେଷ
ଧାମରା : ସମୁଦ୍ର ତଟ୍ଟ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା (ମକଡ୍ରିଲ) ତଟସୁରକ୍ଷା ସାଗର କବଚ-୨୦୧୯ ଗୁରୁବାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ପାରାଦ୍ୱୀପ ଠାରୁ ଧାମରାକୁ ଆସୁଥିବା (ରେଡଫୋର୍ସର) ୪ଜଣ କୋଷ୍ଟଗାର୍ଡ ଜଓାନଙ୍କୁ ନିକଟସ୍ଥ ପ୍ରତିରକ୍ଷା ଘାଟି ନିକଟରେ ଧାମରା ମେରାଇନ ପୁଲିସ ଏବଂ ଓଏସଏସଏଫ (ବ୍ଲୁଫୋର୍ସ)ଜଓାନ ମାନେ ଧରିବାରେ ସଫଳ ହୋଇଛି। ସକାଳ ୬ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ସମୟରେ କୋଷ୍ଟଗାର୍ଡର ଜଓାନ ମାନେ ସାଧା ପୋଷାକରେ ଆସୁଥିବା ବେଳେ ଧରା ପଡିଥିଲେ। ପରେ ସେମାନଙ୍କୁ ଧାମରା ମେରାଇନ ଥାନକୁ ଅଣାଯାଇ ସେମାନଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେମାନେ ଭାରତୀୟ ତଟ ସୁରକ୍ଷା ବାହିନୀର କର୍ମଚାରୀ ବୋଲି ଜଣା ପଡିବା ପରେ ସେମାନଙ୍କୁ ଛଡା ଯାଇଥିଲା। ତଟ ସୁରକ୍ଷା ସମରାଭ୍ୟାସ ୨ଦିନ ଧରି ଚାଲିଥିଲାବେଳେ ରେଡଫୋର୍ସ ମାନଙ୍କୁ ବ୍ଲୁଫୋର୍ସ ଧରିବାରେ ସଫଳ ହୋଇଥିଲା । ୨୦୧୯ ମସିହା ପାଇଁ ଧାମରା ତଟ ସୁରକ୍ଷା ସାଗର କବଚ କାର୍ଯ୍ୟକ୍ରମ ଶେଷ ହୋଇଛି ।