ବିସ୍ଥାପିତ ପରିବାରର ମହିଳାଙ୍କ ମଧ୍ୟରେ ଜୀବନଜୀବିକାର ପ୍ରସାର କରୁଛି ନବଜୀବନ ସମବାୟ ସଂସ୍ଥା
କଳିଙ୍ଗନଗର: ଖୁବ କମ ଲୋକ ଜାଣନ୍ତି ଯେ, ରାଜ୍ୟର ଅନେକ ସ୍ମରଣୀକା ଦୋକାନରେ ପ୍ରଦର୍ଶିତ ହେଉଥିବା ଆଦିବାସୀ ଚିତ୍ରକଳାଗୁଡ଼ିକ ଯାଜପୁର ଜିଲ୍ଲାର କିଛି ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। କେବଳ ସେତିକି ନୁହେଁ, ନିକଟରେ ଉକ୍ତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରାୟ ୩୦୦ଟି ଚିତ୍ରକଳା ରାଜ୍ୟ ସରକାରଙ୍କ ଆଦିବାସୀ ବିକ୍ରୟ କେନ୍ଦ୍ରରେ ସ୍ଥାନ ପାଇବାରେ ସଫଳ ହୋଇଛି।ଓଡ଼ିଶାରେ ଆଦିବାସୀ ଉତ୍ପାଦ ବିକ୍ରି ଓ କ୍ରୟ ପାଇଁ ପ୍ରମୁଖ ସମବାୟ ସଂସ୍ଥା ଆଦିବାସୀ ବିକାଶ ସମବାୟ ସଂସ୍ଥା, ଓଡ଼ିଶା ଲିମିଟେଡ଼କୁ ସଉରା ଓ ଗଣ୍ଡ ଉପରେ ଆଧାରିତ ଚିତ୍ରକଳା ପ୍ରଦାନ କରାଯାଇଛି। ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ବିସ୍ଥାପିତ ମହିଳାଙ୍କ ଦ୍ୱାରା ଗଠିତ ନବଜୀବନ ସମବାୟ ସଂସ୍ଥାର ସଦସ୍ୟମାନେ ଉକ୍ତ ଚିତ୍ରକଳାଗୁଡ଼ିକ ପ୍ରସ୍ତୁତ କରୁଛନ୍ତି। କଳିଙ୍ଗନଗରେ ଅବସ୍ଥିତ ଟାଟା ଷ୍ଟିଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରମାନଙ୍କ ନିମନ୍ତେ ତ୍ରିଜଙ୍ଗା, ସନ୍ସାକଇଲୋ ଓ ଗୋବରଘାଟିଠାର ଆଧୁନିକ ପୁନର୍ବାସ କଲୋନୀ ନିର୍ମାଣ କରାଯାଇଛି। ବିସ୍ଥାପିତ ପରିବାର ସଦସ୍ୟମାନଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ଯୋଗାଇ ଦେବା ଲକ୍ଷ୍ୟରେ କମ୍ପାନୀ ତରଫରୁ ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାମଧ୍ୟରୁ ଅଧିକାଂଶ ପରିବାର ମୁଣ୍ଡା ଆଦିବାସୀ ଗୋଷ୍ଠୀର ହୋଇଥିବାବେଳେ ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧ କରାଯିବା ସହିତ ସେମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି। ପୂର୍ବରୁ କେବଳ ପଶୁପାଳନ ଓ ଚାଷବାସରେ ନିୟୋଜିତ ରହି ନିଜ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହି ଆୟର ଅନ୍ୟ କୌଣସି ମାଧ୍ୟମ ପାଉନଥିବା ମହିଳାମାନଙ୍କ ଉପରେ ବିଶେଷ ରୂପେ ଧ୍ୟାନ ଦିଆଯାଉଛି। ଉକ୍ତ ପରିବାରର ମହିଳାମାନଙ୍କୁ ଜୀବନଜୀବିକାର ମାଧ୍ୟମ ଯୋଗାଇ ଦେବା ଲକ୍ଷ୍ୟରେ ୨୦୦୬ରେ ନବଜୀବନ ସମବାୟ ସଂସ୍ଥାର ଆରମ୍ଭ କରାଯାଇଥିଲା। ଦୀର୍ଘସ୍ଥାୟୀ ଆୟ ସୃଷ୍ଟିକାରୀ କାର୍ୟ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉକ୍ତ କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ସେହି ଦିନଠାରୁ ପରୀକ୍ଷାମୂଳକ ଭାବେ ଅନେକ ଜୀବନଜୀବିକା ସୃଷ୍ଟିକାରୀ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଚିତ୍ରକଳା ଓ ହସ୍ତଶିଳ୍ପ କାରିଗରୀରୁ ସର୍ବାଧିକ ଲାଭ ମିଳୁଛି। ଆଦିବାସୀ ଚିତ୍ରକଳାରୁ ଆରମ୍ଭ ହୋଇ ଏହା କପଡ଼ା (ହାତରେ ଚିତ୍ରିତ ଟି-ସାର୍ଟ), ହାତରେ ଚିତ୍ରିତ ଷ୍ଟୋଲ, ଦୁପଟ୍ଟା, ଶାଢୀ ଏବଂ ଫାଇଲ ଓ ଫୋଲଡର, ଫୁଲଦାନୀ, ପେନ୍ ଷ୍ଟାଣ୍ଡ, ଲାମିନେଟେଡ଼ ଝୋଟ ବ୍ୟାଗ ଭଳି ବହୁ ଉପଯୋଗିତା ବିଶିଷ୍ଟ ସାମଗ୍ରୀ, ମୋବାଇଲ କଭର ଓ କାନ୍ଥରେ ଝୁଲାଇବା ଭଳି ବିଭିନ୍ନ ସାମଗ୍ରୀକୁ ସଂପ୍ରସାରିତ ହୋଇଛି। ଏହାବ୍ୟତୀତ ଫାବ୍ ଇଣ୍ଡିଆ ଓ ଟ୍ରାଇବସ୍ ଇଣ୍ଡିଆ ଭଳି ଅନ୍ୟ ପ୍ରତିଷ୍ଠିତ ବ୍ରାଣ୍ଡ ଉକ୍ତ ସମବାୟ ସଂସ୍ଥାଠାରୁ ବିଭିନ୍ନ ସାମଗ୍ରୀ ନେଉଛନ୍ତି। ଗୃହିଣୀରୁ ଦେଶର ପ୍ରମୁଖ ସଂସ୍ଥା ସହିତ ବ୍ୟବସାୟିକ କାରବାର କରିବା ପର୍ୟ୍ୟନ୍ତ ଏହି ମହିଳା କାରିଗରମାନେ ଉକ୍ତ ସମବାୟ ସଂସ୍ଥାରେ ଯୋଗଦେବା ପରେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିସ୍ଥାପିତ ପରିବାର ପ୍ରାୟ ୩୦ ଜଣ ମହିଳା ସମବାୟ ସଂସ୍ଥାର ଚିତ୍ରକଳା ବିଭାଗରେ କାର୍ୟ୍ୟ କରୁଛନ୍ତି। ମାସକୁ ୩୦୦୦ ରୁ ୫୦୦୦ ଟଙ୍କା ଆୟ ସହିତ ଉକ୍ତ ମହିଳା କାରିଗରମାନେ ନିଜ ପରିବାର ଆୟରେ ଯୋଗଦାନ କରିପାରୁଛନ୍ତି। କରାଯାଇଛି” ବୋଲି ସମବାୟ ସଂସ୍ଥାର ସଭାପତି କୌଶଲ୍ୟା ପାତ୍ର କହିଛନ୍ତି । ଗତ ବର୍ଷ ଉକ୍ତ ସମବାୟ ସଂସ୍ଥା ପ୍ରାୟ ୩୫ ଲକ୍ଷ ଟଙ୍କା କାରବାର କରିଥିଲା। ଅତି ନିକଟରେ ଉକ୍ତ ସମବାୟ ସଂସ୍ଥାର ୨ ଜଣ ମହିଳା ସଦସ୍ୟଙ୍କୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଲଳିତ କଳା ଏକାଡେମୀରେ ଆୟୋଜିତ ଆଦିବାସୀ ଚିତ୍ରକଳା ଶିବିର ନିମନ୍ତେ ଚୟନ ମଧ୍ୟ କରାଯାଇଥିଲା।