www.samajalive.in
Friday, December 12, 2025
16.1 C
Bhubaneswar

ପାକିସ୍ତାନକୁ ଝଟକା: ମୋଦୀ-ଜିନପିଙ୍ଗ ସାକ୍ଷାତରେ ସ୍ଥାନିତ ହେବନି କାଶ୍ମୀର ପ୍ରସଙ୍ଗ

ବେଜିଙ୍ଗ: କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପାକିସ୍ତାନ ଜାତିସଂଘ ଠାରୁ ଆରମ୍ଭ କରି ସମସ୍ତ ଆନ୍ତର୍ଜାତିକ ଫୋରମରେ ନିରାଶ ହେବା ପରେ ଏବେ ଆଉ ଗୋଟିଏ ଝଟକାର ସାମ୍ନା କରିବାକୁ ଯାଉଛି। ଭାରତର କୌଣସି ବନ୍ଧୁ ଦେଶ ନୁହଁ ବରଂ ଖୋଦ ପାକିସ୍ତାନର ବନ୍ଧୁ ଦେଶ ଚୀନ ଏବେ ପାକିସ୍ତାନକୁ ସମର୍ଥନ କରିବା ବନ୍ଦ କରିବାକୁ ଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହି ସାକ୍ଷାତ କାଳରେ ଦୁଇ ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହେବା ନାହିଁ ବୋଲି ଜଣାପଡିଛି।

ଚୀନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉଭୟ ମୋଦୀ ଏବଂ ଜିନପିଙ୍ଗଙ୍କ ଉପରେ ନିର୍ଭର କରେ ସେମାନେ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ଆଲୋଚନା ନେଇ ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଚୁନୟିଙ୍ଗ କହିଛନ୍ତି, ଆଲୋଚନା ସୂଚୀରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇଁ ନାହିଁ। ଅନ୍ୟ ପକ୍ଷରେ ମୁଖପାତ୍ର ହୁଆ କହିଛନ୍ତି, ଦୁଇ ନେତାଙ୍କ ପାଇଁ କାଶ୍ମୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ପୂର୍ବ ବର୍ଷ ବୁହାନରେ ଉଭୟ ନେତା ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ସେହି ସବୁ ବିଷୟ ସ୍ଥାନିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ମୁଖପାତ୍ର ଜଣକ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories