www.samajalive.in
Wednesday, December 10, 2025
18.1 C
Bhubaneswar

କୋଦଳା ଜେଲରେ ବିଚାରାଧୀନ କଏଦୀ ମୃତ

କୋଦଳା: ଗଞ୍ଜାମ ଜିଲା କୋଦଳା ଜେଲରେ ବୁଧବାର ସକାଳୁ ବନ୍ଦିଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୧୬ଦିନ ପୂର୍ବରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମର ପଙ୍କଜ ଦାସ ଏକ ଚୋରି କେଶରେ ପୁଲିସ ଦ୍ଵାରା ଗିରଫ ହୋଇ ବିଚାରାଧୀନ ବନ୍ଦିଭାବେ କୋଦଳା ଜେଲରେ ରହିଥିଲେ। ଏହା ମଧ୍ୟରେ କଏଦୀର କେବେ ବି ସ୍ଵାସ୍ଥ୍ୟ ଖରାପ ହୋଇ ନ ଥିବା ବେଳେ ସେ ସମସ୍ତଙ୍କ ସାଥିରେ ମିଳାମିଶା କରି ଭଲ ଥିଲେ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ବିଭେନ୍ଦୁ ଭୁୟାଁ ପ୍ରକାଶ କରିଛନ୍ତି। ସୁପରିଟେଣ୍ଡେଣ୍ଟ କହିବା ଅନୁସାରେ, ଗତ ରାତି ୧୦ଟା ସମୟରେ ଜେଲ ମଧ୍ୟରେ ଥିବା ୫ନମ୍ବର ସେଲରେ ପ୍ରାୟ ୬୦ଜଣ ବନ୍ଦୀଙ୍କ ସହିତ ପଙ୍କଜ ଖାଇ ଶୋଇଥିଲା। ସବୁଦିନ ଭଳି ଗାର୍ଡ ବୁଧବାର ଡାକିଥିଲେ ମଧ୍ୟ ସେ ଉଠି ନ ଥିଲା କି କୌଣଷି ଉତ୍ତର ଦେଇ ନ ଥିଲା। ସନ୍ଦେହ ହେବାରୁ ପାଖକୁ ଯାଇ ଉଠାଇବା ବେଳେ ତାର ମୃତ୍ୟୁ ଘଟିଥିବା ଜଣା ପଡିଥିଲା। ସଙ୍ଗେ ସଙ୍ଗେ ତାକୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବା ସହ ପରିବାରକୁ ଖବର ଦିଆଯାଇଥିଲା। ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଙ୍କଜକୁ ମୃତ ଘୋଷଣା କରିଥିଲେ। 

ଏହାକୁ ନେଇ ମୃତକର ପରିବାର ଲୋକେ ଭିନ୍ନ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, ପଙ୍କଜର ମଙ୍ଗଳବାର ସ୍ଵାସ୍ଥ୍ୟ ଖରାପ ଥିବା ପରିବାର ଲୋକଙ୍କୁ ଖବର ମିଳିଥିବା ବେଳେ ତାକୁ ଔଷଧ ଦିଆଯାଇନଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଥାନାରେ ଏନେଇ କୌଣସି ଏତଲା ଦିଆଯାଇନାହିଁ। ଏନେଇ ମେଡିକାଲ ଇନଚାର୍ଜ ଡଃ ଚିନ୍ମୟ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତ୍ତମାନ କିଛି କହିହେବ ନାହିଁ। ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ସବୁ କିଛି ଜଣା ପଡିବ। କୋଦଳା ଥାନା ପକ୍ଷ୍ୟରୁ ମୃତଦେହ ଜବତ କରିବା ସହିତ ୯/୨୦୧୯ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories