www.samajalive.in
Friday, December 12, 2025
14.1 C
Bhubaneswar

କୋଣାର୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଠ ପାଇଁ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଠ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ପର୍ଯ୍ୟଟକଙ୍କ ରହିବା ପାଇଁ ମଧ୍ୟ ମନୋରମ ବ୍ୟବସ୍ଥା କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋଣାର୍କରେ ରାତ୍ରୀଯାପନ ଓ ରହଣୀ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ଏକମାସ ବ୍ୟାପି ସ୍ବତନ୍ତ୍ର ସାଂସ୍କୃତିକ ଉତ୍ସବ ଆୟୋଜିତ ହେବ। ଡିସେମ୍ବର ମାସରେ ହେବାକୁ ଥିବା କୋଣାର୍କ ମହୋତ୍ସବ ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟ ଲୋକସେବା ଭବନ ଠାରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ କହିଥିଲେ ଯେ ଗୁଜୁରାଟର କଚ୍ଛରେ ହେଉଥିବା ରଣ ଉତ୍ସବ ଶୈଳୀରେ କୋଣାର୍କ ଉତ୍ସବ ପାଳିତ ହେବ। କୋଣାର୍କରେ ରାତ୍ରୀ ଯାପନ ପାଇଁ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯିବ। ପ୍ରାୟ ୫୦ ଏକର ଜାଗାରେ ୫୦ଟି ଟେଣ୍ଟ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯିବ। ଏଠାରେ ସାଂସ୍କୃତିକ ଉତ୍ସବ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ, ଓଡ଼ିଶାର କଳାକୃତି, ହସ୍ତଶିଳ୍ପ, ଫୁଡ୍‌କୋର୍ଟ, ସମୁଦ୍ର ବୋଟିଂ, ବେଳାଭୂମୀ ମେଳା ଆଦି ଆୟୋଜନ କରାଯିବ। ଏପରି କାର୍ଯ୍ୟକ୍ରମ ଦ୍ବାରା କୋଣାର୍କକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆକୃଷ୍ଠ ହେବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ସାଧାରଣ ପ୍ରଶାସନ ବିଭାଗ ଶାସନ ସଚିବ ସଞ୍ଜିବ ଚୋପ୍ରା, ସେସୁର ମୁଖ୍ୟ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories