www.samajalive.in
Wednesday, December 10, 2025
26.1 C
Bhubaneswar

୧୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ଗଞ୍ଜେଇର ଭୁସ୍ୱର୍ଗ କୁହାଯାଉଥିବା ମୋହନା ବ୍ଳକରେ ଦିନକୁ ଦିନ ଚୋରା ଗଞ୍ଜେଇର ଚେର ବ୍ୟାପିବାରେ ଲାଗିଛି। ଜିଲ୍ଲା, ରାଜ୍ୟ ବାହାରକୁ ଗଞ୍ଜେଇ ମାଫିଅମାନେ ବାହାର ରାଜ୍ୟରୁ ଆସି ଦିବାଲୋକରେ ଗଞ୍ଜେଇ ନେଇ ଯିବା ବେଳେ ଥାନା ଇଲାକାରେ ଏବଂ ବାହର ଥାନାରେ ଧରାପଡୁଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ନଭେମ୍ବର ଓ ଡିସେମ୍ବରରେ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଲକ୍ଷ ଲକ୍ଷ ଗଛକୁ କାଟି ପୋଡି ନଷ୍ଟ କରୁଥିବା ବେଳେ ତଥାପି ମୋହନା ବ୍ଳକର ଅଂଚଳରେ ଅନାୟସରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବୁଦ୍ଧିଜୀବି ମହଲରେ ଚିନ୍ତାର କାରଣ ପାଲଟିଛି। କିଛି ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଭିନ୍ନ ଥାନାର ଅଧିକାରୀମାନଙ୍କ ଦ୍ୱାରା ଜବତ ହେଉଥିବା ଦେଖିବାକୁ ମିଳୁଛି। ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦେଶରେ ଅଡବା ଥାନା ଅଧିକାରୀ ଅଜୟ କୁମାର ବାରିକ ଓ ପୁଲିସ କର୍ମଚାରୀ ଅଡବା ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ଅଡାପଙ୍କା ଗ୍ରାମ ନିକଟସ୍ଥ ହାଡୁପଦର ଛକରେ ୨ ଗଞ୍ଜେଇ ବେପାରୀ ବିହାର ରାଜ୍ୟ ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରୋହନ ଥାନା ମହାନଗର ଗ୍ରାମର ପପୁ ଶାହା ଏବଂ ମୋହନା ଥାନା ଅନ୍ତର୍ଗତ ଚଢିଆପଦା କାହ୍ନୁ ଚରଣ ମଲ୍ଲିକ ଗଞ୍ଜେଇ ବସ୍ତା ଧରି ଗାଟିକୁ ଅପେକ୍ଷା କରିଥିଲେ। ଅଡବା ପୁଲିସ ସେମନାଙ୍କୁ ସନ୍ଦେହ କରି ଯାଂଚ କରିବା ବେଳେ ସେମାନଙ୍କ ଠାରୁ ୧୨୦ କେଜି ଗଞ୍ଜେଇ ଜବତ କରିଥିଲା। ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ଉକ୍ତ ଗଞ୍ଜେଇ ବିହାର ରାଜ୍ୟକୁ ଚାଲାଣ ହେଉଥିବା ଅଡବା ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories