୭ଦିନ ଗୁଡ଼ ଖାଇଲେ ମିଳିବ ଏହି ଲାଭ !
ଭାରତର ବିଭିନ୍ନ ପ୍ରାନ୍ତରେ ଶୀତଦିନେ ଲୋକେ ଗୁଡ଼ର ଉପଯୋଗ ଅଧିକ କରୁଥିବାର ଦେଖାଯାଏ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।
ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ ଶରୀରରେ ଆରମ୍ଭ ହୋଇଥାଏ।
ଭଲଭାବରେ ଜାଣି ରଖିବା ଉଚିତ ଯେ ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢ଼େ। ହେଲେ ଗୁଡ଼ ଖାଇବା ଦ୍ବାରା ଶରୀରରୁ ଅମ୍ଳ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥାଏ।
୧ ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର ପ୍ରଭାବ ଜାଣିପାରିବେ। ଗୁଡ଼ ଏକ ଶକ୍ତିବର୍ଦ୍ଧକ ଖାଦ୍ୟ।
ମାଇଗ୍ରେନ୍ ରୋଗୀ କିମ୍ବା ମୁଣ୍ଡ ନିୟମିତ ଭାବେ ବିନ୍ଧୁଥିଲେ, ଗୁଡ଼ ଖାଇଲେ ଏହାର ଭଲ ପ୍ରଭାବ ପଡ଼ିଥାଏ।