www.samajalive.in
Sunday, December 14, 2025
14.1 C
Bhubaneswar

କୋରାପୁଟ କଫିରୁ ଓଡିଶା ଆୟ କରିବ ୫ କୋଟି

ଭୁବନେଶ୍ୱର: କୋରାପୁଟରେ ଉତ୍ପାଦିତ କଫିର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ସରକାର ଏହି କଫିର ଅନଲାଇନ ବିକ୍ରିରୁ ୫ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ଜନଜାତି ବିକାଶ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ବଲ କହିଛନ୍ତି, ଇ-ବାଣିଜ୍ୟ ପ୍ରତି ବର୍ଷ ୫୧ ପ୍ରତିଶତ ବୃଦ୍ଧି ପାଉଛି ତେଣୁ କୋରାପୁଟ କଫିକୁ ଆମାଜନ ଏବଂ ଆଦିଶା କମ୍ପାନୀ ମାଧ୍ୟମରେ ଅନଲାଇନରେ ବିକ୍ରି କରାଯାଉଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଖୁଚୁରା ଦୋକାନ ଖୋଲାଯାଇ କୋରାପୁଟ କଫି ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିବା ମାନସୀ ନିମ୍ବଲ କହିଛନ୍ତି। ଏବେ ଓଡ଼ିଶାରେ ୧୧ଟି ଆଦିଶା ଷ୍ଟୋର ରହିଛି ଓ ଆଗାମୀ ଦିନରେ ଗୋଆ, ହାଇଦ୍ରାବାଦ ଏବଂ ବିଶାଖାପାଟ୍ଟନମରେ ସେହିଭଳି ଷ୍ଟୋର ଖୋଲିବାକୁ ଯୋଜନା ଥିବା ସେ କହିଛନ୍ତି। ଇତି ମଧ୍ୟରେ ରୁଷର ଜଣେ ଆମଦାନୀକାରୀ ଭୁବନେଶ୍ୱର ଆଦିଶା ଷ୍ଟୋର ପରିଦର୍ଶନ କରି କୋରାପୁଟ କଫି ସାମ୍ପଲ ନେଇଛନ୍ତି ଏବଂ ସେଠାକୁ ୧୦୦ ଟନ କୋରାପୁଟ କଫି ରପ୍ତାନି ହେବା ବୋଲି ନିମ୍ବଲ କହିଛନ୍ତି।

- Advertisement -

ସୂଚନା ଅନୁଯାୟୀ, କୋରାପୁଟରେ ପ୍ରାୟ ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଛି ଯେଉଁଥିରେ ଜନଜାତିଙ୍କ ଦ୍ୱାରା ୧ ହଜାର ୯ ଶହ ହେକ୍ଟର ପରିଚାଳନା କରାଯାଉଛି। ଏଥି ପାଇଁ ସୁନାବେଡ଼ାରେ କଫି ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories