www.samajalive.in
Monday, December 15, 2025
16.1 C
Bhubaneswar

ମାନ୍ଦା ଆର୍ଥନୀତିକୁ ସୁଧାରିବା ପାଇଁ ମନମୋହନ ସିଂହଙ୍କ ୫ଟି ପରାମର୍ଶ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ମାନ୍ଦା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ୫ଟି ପଦକ୍ଷେପ ନେବାକୁ ସେ କହିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ପାଇଁ ସେ ବିମୁଦ୍ରାୟନ ଏବଂ ଜିଏସଟି ଭଳି ପଦକ୍ଷେପକୁ ଦାୟୀ କରିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନମୋହନ ସିଂହ କହିଛନ୍ତି ଯେ ଆର୍ଥିକ ସୁଧାର ପାଇଁ ପଦକ୍ଷେପ ନେବା ର୍ପୂବରୁ ସରକାରଙ୍କୁ ସ୍ୱୀକାର କରିବାକୁ ପଡ଼ିବ କି ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। କେନ୍ଦ୍ର ସରକାରଙ୍କୁ ବିଶେଷଜ୍ଞ ଏବଂ ସମସ୍ତ ଅଂଶଧନକାରୀଙ୍କ ସହ ଖୋଖୋଲି କଥା ହେବାକୁ ପଡ଼ିବ।
ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉଥିବା ଭଳି ଦେଖାଯାଉନାହିଁ। ମନମୋହନଙ୍କ ପରାମର୍ଶ ଅନୁସାରେ ପ୍ରଥମେ ଉତ୍ପାଦ ଏବଂ ସେବା ଶୁଳ୍କ (ଜିଏସଟ)କୁ ଯୁକ୍ତିସଂଗତ କରିବାକୁ ପଡ଼ିବ। ଏହା ଦ୍ୱାରା କିଛି ସମୟ ପାଇଁ କର ସଂଗ୍ରହ ହ୍ରାସ ପାଇବ ଓ କ୍ଷତି ସହିବାକୁ ପଡ଼ିପାରେ। ଦ୍ୱିତୀୟ ପଦକ୍ଷେପ ଭାବେ ସରକାରଙ୍କୁ ଗ୍ରାମାଞ୍ଚଳରେ ଖର୍ଚ୍ଚକୁ ବୃଦ୍ଧି କରିବାକୁ ପଡ଼ିବ ଏବଂ କୃଷିକୁ ପୁନଃଜୀବିତ କରିବା ପାଇଁ ଉପାୟ ଖୋଜିବାକୁ ପଡ଼ିବ। ଏହାକୁ ନେଇ କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ରରେ ଠୋସ ବିକଳ୍ପ ଦିଆଯାଇଛି। ଏହାଦ୍ୱାରା କୃଷି ବଜାରକୁ ଶୁଳ୍କ ମୁକ୍ତ କରାଯିବ ଓ ଏହାଦ୍ୱାରା ଲୋକଙ୍କ ପାଖକୁ ଅର୍ଥ ଆସିବ ବୋଲି ମନମୋହନ ସିଂହ କହିଛନ୍ତି। ତୃତୀୟ ପଦକ୍ଷେପ ଭାବେ ପୁଞ୍ଜି ନିବେଶ ପାଇଁ ଋଣ ଅଭାବକୁ ଦୂର କରିବାକୁ ପଡ଼ିବ। ଚତୁର୍ଥ ପଦକ୍ଷେପ ଭାବେ କପଡ଼ା, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ଘର ନିର୍ମାଣ ଭଳି ପ୍ରମୁଖ କ୍ଷେତ୍ରକୁ ପୁନଃଜୀବିତ କରିବାକୁ ପଡ଼ିବ।
ପଞ୍ଚମ ପଦକ୍ଷେପ ଭାବେ ଆମକୁ ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ ସମୟରେ ଖୋଲୁଥିବା ନୂଆ ରପ୍ତାନୀ ବଜାରକୁ ଚିହ୍ନଟ କରିବାକୁ ପଡ଼ିବ। ଏହାସହ ଅର୍ଥନୀତିରେ ସମୟଗତ ଏବଂ ଢାଞ୍ଚାଗତ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏଭଳି କଲେ ୩ରୁ ୪ ବର୍ଷ ମଧ୍ୟରେ ଦେଶର ବିକାଶ ହାର ପୁନଃ ପୂର୍ବାବସ୍ଥାକୁ ଫେରିଆସିବ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories