ମିଳିଲାନି ମଧ୍ୟାହ୍ନ ଭୋଜନ, ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ

0

ମାଥିଲି : ୪ ଦିନ ହେଲା ମିଳୁନି ମଧ୍ୟାହ୍ନ ଭୋଜନ ଉପାସରେ ରହୁଛନ୍ତି ଛାତ୍ରୀ । ଏପରି ଅଭିଯୋଗ କରି ରାଜରାସ୍ତା କୁ ଓହ୍ଲାଇଲେ ଥିଲେ ଛାତ୍ରୀ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ରାଜରାସ୍ଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା। ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୃତି ପରେ ଆନ୍ଦୋଳନରୁ ଓହରିଯାଇଥିଲେ ଛାତ୍ରୀ । ଶୁକ୍ରବାର ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା କସ୍ତୁରବା ଗାନ୍ଧି ବାଳିକା ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ନବମ ଓ ଦଶମ ଛାତ୍ରୀମାନେ ପ୍ରଧାନଶିକ୍ଷୟତ୍ରୀଙ୍କ ମନମାନିକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇଛନ୍ତି । ତେବେ ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ୪ ଦିନ ହେଲାଣି ବିଦ୍ୟାଳୟ ତରଫରୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ । ମଧ୍ୟାହ୍ନରେ ପୂର୍ବରୁ ଖାଇବାକୁ ଦିଆଯାଉଥିଲା କିନ୍ତୁ ଏବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ଶହ ଶହ ଛାତ୍ରୀ ବିଦ୍ୟାଳୟରୁ ବାହାରି ନାୟକଗୁଡା ଛକ କୁହାଯାଉଥିବା ମୁଖ୍ୟରାସ୍ତାରେ ଅନଶନରେ ରହିଥିଲେ । ରାଜ୍ୟ ରାଜପଥରେ ଛାତ୍ରୀମାନେ ବସିବା ପରେ ଠପ୍ ହୋଇଯାଇଥିଲା ଯାନବାହାନ ଚଳାଚଳ । ମାଲକାନଗିରି – ଜୟପୁର ମୁଖ୍ୟରାସ୍ତା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପ୍ରଧାନଶିକ୍ଷୟତ୍ରୀ ଠିକ୍ ଭାବେ ଛାତ୍ରୀମାନଙ୍କୁ ଖାଇବାକୁ ଦେଉନଥିବା , ସପ୍ତାହ ହେବ ବିଦ୍ୟାଳୟରେ ଜେନେରେଟର ଖରାପ ହୋଇଥିବାରୁ ଅନ୍ଧାରରେ ବସି ଛାତ୍ରୀମାନେ ପାଠ ପଢି ଅସୁବିଧା ଭୋଗୁଥିବା , କଲାରସିପ୍ ବାବଦରେ ଅର୍ଥ ନ ପାଇବା ଆଦି ଅଭିଯୋଗ କରିଛନ୍ତି ଛାତ୍ରୀ । ଖବରପାଇ ଘଟଣାସ୍ଥଳରେ ମାଲକାନଗିରି ଓ ମାଥିଲି ପୋଲିସ ପହଞ୍ଚିଥିଲେ । ଏହାସହିତ ମାଥିଲି ବିଡିଓ ଆଶିଷ କୁମାର ଭୋଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ପ୍ରଥମେ ପ୍ରଥମେ ଛାତ୍ରୀମାନେ ରାସ୍ତାରୁ ହଟିବାକୁ ନାରାଜ ହୋଇଥିଲେ । ପରେ ମାଥିଲି ବିଡିଓ ଖୁବଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ଛାତ୍ରୀମାନେ ରାସ୍ତାରୁ ଓହରିଯାଇଥିଲେ ।

ଏହି ସମୟରେ ବିଇଓ ଗୌରୀଶଙ୍କର ଦାସ , ଏବିଇଓ ସତ୍ୟ ଭତ୍ରା , ରଞ୍ଜାୟସୁ ଦାସ , ନାୟକଗୁଡା ବିଦ୍ୟାଳୟ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ବୁଝାଇଥିଲେ । ସୂଚନାଯୋଗ୍ୟ ଯେ , ପୂର୍ବରୁ ମଧ୍ୟ ବିଦ୍ୟାଳୟରେ ଅନିୟମିତତା ଚାଲିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ । ତଦନ୍ତ ମଧ୍ୟ ହୋଇଥିଲା । କିନ୍ତୁ କୈଣସି କାର୍ୟ୍ୟାନୁଷ୍ଠାନ ନିଆଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Leave A Reply