www.samajalive.in
Tuesday, December 9, 2025
23.1 C
Bhubaneswar

ନୀରବଙ୍କ ଭାଇ ନେହାଲ ବିରୋଧରେ ଇଣ୍ଟରପୋଲ ଜାରି କଲା ରେଡ୍‌ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିଛି। ନେହାଲ ଜଣେ ବେଲଜିୟମ ନାଗରିକ ହୋଇଥିବାବେଳେ ସେ ୟୁରୋପ ଏବଂ ଆମେରିକାରେ ତାଙ୍କ ଭାଇ ନୀରବଙ୍କ ବ୍ୟବସାୟ ସମ୍ଭାଳୁଥିଲେ। ନୀରବଙ୍କୁ ବ୍ୟବସାୟରେ ସହାୟତା କରିଥିବାରୁ ନେହାଲଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିବା ଲାଗି ଚଳିତବର୍ଷ ପ୍ରାରମ୍ଭରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଇଣ୍ଟରପୋଲକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନୀରବ ମୋଦୀ ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସୀ। ଗତ ମାସରେ ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ନୀରବଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories