www.samajalive.in
Tuesday, December 9, 2025
16.1 C
Bhubaneswar

ହାତ ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଅଧିକାଂଶ ଲୋକେ ନିଜ ମୁହଁ ପ୍ରତି ବହୁ ଯତ୍ନବାନ ଅଟନ୍ତି। ଏହାକୁ ସୁନ୍ଦର, ଉଜ୍ଜଳ କରିବା ନିମନ୍ତେ ବହୁ କ୍ରିମର ବ୍ୟବହାର ମଧ୍ୟ  କରିଥାଆନ୍ତି। ମାତ୍ର ନିଜ ହାତ , ପାଦର ଯତ୍ନ ପାଇଁ ଅଧିକ ଧ୍ୟାନ ଦିଅନ୍ତି ନାହିଁ। ଦିନଯାକର ପ୍ରଦୂଷଣ , ଧୂଳି , ମାଟି, ସୂର୍ଯ୍ୟ ରଶ୍ମୀର ପ୍ରଭାବ ଯୋଗୁ ଅଧିକାଂଶ ହାତ ଓ ପାଦର ରଙ୍ଗ କଳା ହୋଇଯାଏ। ଯାହା ଫଳରେ ଆମ ମୁହଁ ରଙ୍ଗ ତୁଳନାରେ ହାତ ଓ ପାଦର ରଙ୍ଗ ସଂପୂର୍ଣ୍ଣ ଅଲଗା ଦେଖାଯାଏ। କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।

courtesy : lifealth.com

କ୍ଷୀର, ଲୁଣ , ମହୁ …
୧ ଚାମଚ ସହଦେବ ଲୁଣ ସହ ୨ ଚାମଚ କ୍ଷୀର ୧ ଚାମଚ ମହୁ ମିଶାନ୍ତୁ । ଏହାକୁ ହାତରେ , ପାଦରେ ବେକରେ ମଧ୍ୟ ଲଗାଇ ପାରିବେ। ଲଗାଇବା ବେଳେ ଏହାକୁ ଭଲ ଭାବେ ମାଲିସ୍‍ କରି ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାକୁ କଳା ଦାଗକୁ ଦୂର କରିବା ସହ ଚର୍ମକୁ ଖୁବ କୋମଳ ଏବଂ ଉଜ୍ଜଳ କରିଥାଏ।

- Advertisement -
courtesy : www.bgc.com.tr

ଚନ୍ଦନ ପାଉଡ଼ର ,ଲେମ୍ବୁ ରସ , କାକୁଡ଼ି ରସ, ଟମାଟୋ ରସ …..
ଏହାକୁ ଭଲ ଭାବେ ମିଶାଇ ହାତ , ପାଦ , ବେକରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହାକୁ ନିୟମିତ ସପ୍ତାହରେ ୨ ଥର ଲଗାଇଲେ, ବହୁ ଉତ୍ତମ ଫଳ ପ୍ରଦାନ କରେ।

courtesy : youtube

କମଳା ଚୋପା ଗୁଣ୍ଡ ଓ କ୍ଷୀର …..
କମଳାର ଚୋପାକୁ ଖରାରେ ଭଲ ଭାବେ ଶୁଖାଇ ଏହାକୁ ପେଷି ଦେଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କ୍ଷୀର ମିଶାଇ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ କଳାପଣକୁ ବହୁଳ ମାତ୍ରାରେ ଦୂର କରିଥାଏ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories