www.samajalive.in
Friday, December 12, 2025
16.1 C
Bhubaneswar

କୋହଲିଙ୍କ ଟ୍ବିଟ୍‌ ପରେ ଚର୍ଚ୍ଚା ଜୋର୍‌ ଧରିଲା; ଧୋନି ନେବେ ଅବସର !

ନୂଆଦିଲ୍ଲୀ: ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କର ଅବସର ଚର୍ଚ୍ଚା ଜୋରଧରିଛି। ଗୁରୁବାର ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ଟ୍ବିଟ୍ କରିବା ପରେ ଧୋନି ଖୁବ୍‌ ଶୀଘ୍ର ଅବସର ନେବାକୁ ଯାଉଛନ୍ତି ବୋଲି କ୍ରିକେଟପ୍ରେମୀ ଆଲୋଚନା ଆରମ୍ଭ କରି ଦେଇଛନ୍ତି। କୋହଲି ତାଙ୍କ ଟ୍ବିଟର ପୃଷ୍ଠାରେ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଫଟୋ ପୋଷ୍ଟ କରିଛନ୍ତି। ଭାରତରେ ଆୟୋଜିତ ଏହି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ମ୍ୟାଚ୍‌ର ଫଟୋ କୋହଲି ପୋଷ୍ଟ କରିଛନ୍ତି। ଏଥିରେ​‌ କୋହଲି ଲେଖିଛନ୍ତି- ଏହି ମ୍ୟାଚ୍‌କୁ କଦାପି ଭୁଲି ପାରିବିନାହିଁ। ଏହା ସ୍ବତନ୍ତ୍ର ରାତି ଥିଲା। ଏହି ବ୍ୟକ୍ତି ମ୍ୟାଚ୍‌ରେ ମୋତେ ଏମିତି ଦୌଡ଼ାଇଥିଲେ; ଯେପରି ମୋର ଫିଟ୍‌ନେସ୍ ପରୀକ୍ଷା ନିଆଯାଉଛି।
ଏହି ଟ୍ବିଟ୍‌ ପରେ କ୍ରିକେଟ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ କ’ଣ ଧୋନିଙ୍କ ଅବସର ନେଇ କୋହଲି ପୂର୍ବସୂଚନା ଦେଇଛନ୍ତି? ଉକ୍ତ ବିଶ୍ବକପ୍‌ର ସୁପର-୧୦ ପର୍ଯ୍ୟାୟରେ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ନକ୍‌ଆଉଟ ମ୍ୟାଚ୍ ପରି ଥିଲା। ଏହାର ବିଜେତା ସେମିଫାଇନାଲ ଖେଳିବାର ଥିଲା। ୧୬୧ ରନ୍‌ର ପିଛାକରି ଭାରତ ୭.୪ ଓଭରରେ ୩ ୱିକେଟରେ ୪୯ ରନ୍ କରିଥିଲା। ୪ର୍ଥ ୱିକେଟ ପାଇଁ କୋହଲି ଓ ଯୁବରାଜ ସିଂହ ୪୫ ରନ୍ ଯୋଡ଼ିଥିଲେ।

ବିଶ୍ବକପ୍ ପର୍ଯ୍ୟନ୍ତ ଧୋନିଙ୍କୁ ଖେଳାଇବାକୁ ମନୋନୟନ କମିଟି ନିଷ୍ପତ୍ତି ନେଇଥିଲା। ଏହା ସତ ଯେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅବସର ନେବାକୁ କେହି ମଧ୍ୟ କହିବେନାହିଁ। ତେବେ ବିଶ୍ବକପ୍ ପରେ ମନୋନୟନକାରୀଙ୍କର ଭିନ୍ନ ଯୋଜନା ଥିବ ନିଶ୍ଚୟ ଏବଂ ଏହାର ସୁରାକ ଧୋନି ପାଇ ସାରିଥିବେ। ସଠିକ୍ ସମୟରେ ସେ ଏହାର ନିଷ୍ପତ୍ତି ନେବେ। ଧୋନି ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୮୭୬ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୬ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ରହିଛି। ସେହିପରି ୩୫୦ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଧୋନି ୧୦୭୭୩ ରନ୍‌ ସଂଗ୍ରହ କରିଥିବା ବେଳେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟ୍ବେଣ୍ଟି-୨୦ରେ ଧୋନି ଭାରତ ପାଇଁ ୯୮ଟି ମ୍ୟାଚ୍‌ ଖେଳି ୧୬୧୭ ରନ୍ କରିଛନ୍ତି। ସେଥିରେ ୨ଟି ଅର୍ଦ୍ଧଶତକ ରହିଛି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories