www.samajalive.in
Thursday, December 11, 2025
16.1 C
Bhubaneswar

ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ : ବିପିନ ରାୱତ

ଅମେଠି : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ ଦ୍ୱାରା ଭାରତ ବିରୋଧରେ ଚଲାଯାଇଥିବା ଦୁଷ୍ପ୍ରଚାର ମଧ୍ୟରେ ଗୁରୁବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଏକ ବଡ଼ ବୟାନ ଦେଇଛନ୍ତି। ଜେନେରାଲ ବିପିନ ରାୱତ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ କୌଣସି ବି କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସରକାରଙ୍କ ନର୍ଦେଶ ମିଳିବା ମାତ୍ରେ ଅଭିଯାନ ଆରମ୍ଭ କରିବୁ।

ଏହା ପୂର୍ବରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପିଓକେକୁ ଭାରତରେ ମିଶାଯିବ ବୋଲି କହିଥିଲେ। ଏନେଇ ପ୍ରଶ୍ନ କରାଯିବାରୁ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ସରକାରଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ। ପିଓକେରେ କୌଣସି ପ୍ରକାରର ଅଭିଯାନ ପାଇଁ ସେନା ପ୍ରସ୍ତୁତ ରହିଛି। ସରକାର ନିର୍ଦେଶ ଦେଲେ ସେନା କାର୍ଯ୍ୟାନୁଷ୍ଠାନକୁ ରୂପ ଦେବ ଓ ଏଥିପାଇଁ ପ୍ରସ୍ତୁତ ଅଛି। ସେହିପରି ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପିଓକେକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଥିଲେ। ଏବେ କଥାବାର୍ତ୍ତା କେବଳ ପିଓକେକୁ ନେଇ ହେବ ବୋଲି ରାଜନାଥ କହିଥିଲେ। ଏସବୁରୁ ସରକାର ଏବେ ପିଓକେ ଉପରେ କୌଣସି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories