www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ନିମନ୍ତେ ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁଯାୟୀ ଘୋଷିତ ଦଳରୁ କେଏଲ ରାହୁଲଙ୍କୁ ବାଦ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ଟି-୨୦ ଏବଂ ଦିନିକିଆ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚ ଖେଳିବା ନିମନ୍ତେ ଅପେକ୍ଷାର ଅନ୍ତ ଘଟିଛି । ଏଥର ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଓପନିଂ କରିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମକେ ପ୍ରସାଦ ଘୋଷଣା କରିଛନ୍ତି ।

ଟେଷ୍ଟ ଦଳ : ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ,  ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜଙ୍କ୍ୟା ରାହାଣେ (ଉପଅଧିନାୟକ), ହନୁମାନ ବିହାରୀ, ଋଷଭ ପନ୍ତ (ୱିକେଟ ରକ୍ଷକ), ଋଦ୍ଧିମାନ ଶାହା (ୱିକେଟ ରକ୍ଷକ),  ଆର ଅଶ୍ବିନ, କୁଲ୍‍ଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଯଶ୍‍ପ୍ରୀତ ବୁମରା ଏବଂ ଶୁଭମନ ଗିଲ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories