www.samajalive.in
Sunday, December 7, 2025
26.1 C
Bhubaneswar

ଏଚ୍‌ପି ଗ୍ୟାସ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଲକ୍ଷ୍ନୌ: ଉନ୍ନାଓ ଜିଲାର ଦହି ଚୌକ ଶିଳ୍ପାଞ୍ଚଳରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ ରିଫିଲିଙ୍ଗ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ସକାଳ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଅନେକ ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ବିଭିନ୍ନ ଥାନାର ପୁଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।ସୁରକ୍ଷା ଦୃଷ୍ଟିରୁ ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥକୁ ସିଲ୍ କରାଯାଇଛି । ନିଆଁ ବ୍ୟାପିବା ଆଶଙ୍କାରେ ନିକଟବର୍ତ୍ତୀ ଗାଁ ଗୁଡିକୁ ଖାଲି କରି ଦିଆଯାଇଛି । ଏହା ସହ ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ ରିଫିଲିଙ୍ଗ ପ୍ଲାଣ୍ଟ ନିକଟରେ ଥିବା ପ୍ରାୟ ୧୦ଟି କାରଖାନାରେ କର୍ମଚାରୀମାନଙ୍କୁ ଖାଲି କରାଦିଆଯାଇଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଅଧିକ ଖବର ହସ୍ତଗତ ହୋଇପାରିନାହିଁ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories