www.samajalive.in
Friday, December 12, 2025
14.1 C
Bhubaneswar

ମୂଳପୋଛ ହେବ ଆତଙ୍କବାଦ – ଟ୍ରମ୍ପ୍‍ ପ୍ରଶାସନ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ ସେପ୍ଟେମ୍ବର ୧୧ ସନ୍ତ୍ରାସବାଦୀ ଆକ୍ରମଣର ବାର୍ଷିକୀ ପାଳନ ପୂର୍ବରୁ ଏକ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି। ଆତଙ୍କବାଦୀ ଓ ଆତଙ୍କବାଦକୁ ସାହାଯ୍ୟ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏକଘରିଆ କରିବା ହେଉଛି ଏହି ନିର୍ଦ୍ଦେଶର ମୂଳଲକ୍ଷ୍ୟ। ଏହି ନୂଆ ନିର୍ଦ୍ଦେଶ ବଳରେ ଆମେରିକାର ଅର୍ଥ ବିଭାଗ ଦୁଇ ଡଜନ୍‍ରୁ ଅଧିକ ବ୍ୟକ୍ତି ଓ ୧୧ଟି ଆତଙ୍କବାଦୀ ଗୋଷ୍ଠୀ ଉପରେ କଟକଣା ଲାଗୁ କରିଛି। ସେଗୁଡ଼ିକ ମଧ୍ୟରେ ତେହେରିକେ ତାଲିବାନ୍‍ ପାକିସ୍ତାନ ଭଳି ସନ୍ତ୍ରାସବାଦୀ ସଙ୍ଗଠନ ରହିଛି।

ବୈଦେଶିକ ମନ୍ତ୍ରୀ ମାଇକ୍‍ ପମ୍ପିଓଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ଅର୍ଥମନ୍ତ୍ରୀ ମୁଁ ଚିନ୍‍ କହିଛନ୍ତି, ଇରାନ୍‍ର କୁଦ୍‍ସ ଫୋର୍ସେସ୍‍, ହମାସ୍‍, ଆଇ.ଏସ୍‍.ଆଇ.ଏସ୍‍. ଓ ଅଲ୍‍କାଏଦା ଭଳି ୧୧ଟି ସନ୍ତ୍ରାସବାଦୀ ସଙ୍ଗଠନ ସକ୍ରିୟ ଅଛନ୍ତି। ସେ କହିଛନ୍ତି, ଆମେରିକା ସରକାର ଏହିଭଳି ସଙ୍ଗଠନଗୁଡ଼ିକ ଉପରେ କଟକଣା ଲାଗୁ କରିବେ ଓ ଯେଉଁମାନେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକରେ ସାମିଲ୍‍ ହୋଇଛନ୍ତି, ସେମାନଙ୍କର କଡ଼ା ମୁକାବିଲା କରିବ। ଅର୍ଥମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀମାନେ ଯେପରି ଆର୍ଥିକ ବ୍ୟବସ୍ଥାର ସୁବିଧା ହାସଲ କରି ନ ପାରିବେ, ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories