www.samajalive.in
Thursday, December 11, 2025
13.1 C
Bhubaneswar

ଶ୍ରୀଲଙ୍କା କ୍ରିକେଟର୍‌ ପାକିସ୍ତାନ ଗସ୍ତରୁ ଓହରିବା ପଛରେ ଭାରତର ହାତ ନାହିଁ : ହାରିନ୍‌

କଲମ୍ବୋ : ଆଗାମୀ ଦିନରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ଗସ୍ତରୁ ଶ୍ରୀଲଙ୍କା ଦଳର ୧୦ଜଣ କ୍ରିକେଟର୍‌ ଓହରି ଯାଇଛନ୍ତି। ସୁରକ୍ଷାକୁ ନେଇ ଚିନ୍ତା କରି ଲାସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ପରି ବରିଷ୍ଠ ଖେଳାଳି ଏହି ତାଲିକାରେ ରହିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ଗସ୍ତରୁ ଶ୍ରୀଲଙ୍କା ଖେଳାଳି ଓହରି ଯିବାକୁ ନେଇ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ ସରକାରରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ମନ୍ତ୍ରୀ ଫାୱାଦ୍‌ ହୁସେନ୍‌ ଚୌଧୁରୀ। ଚୌଧୁରୀ ଟୁଇଟ୍‌ କରି ଦର୍ଶାଇଛନ୍ତି ଶ୍ରୀଲଙ୍କା କ୍ରିକେଟର୍‌ଙ୍କୁ ପାକିସ୍ତାନ ନ ଯିବାକୁ ଭାରତ ତରଫରୁ ଧମକ ମିଳିଥିବା ଜଣେ ଭାଷ୍ୟକାର ତାଙ୍କୁ କହିଛନ୍ତି। ପାକିସ୍ତାନ ଗସ୍ତରେ ଗଲେ ଶ୍ରୀଲଙ୍କା କ୍ରିକେଟର୍‌ଙ୍କୁ ଆଇପିଏଲ୍‌ରେ ଖେଳିବାର ସୁଯୋଗ ମିଳିବ ନାହିଁ ବୋଲି ଭାରତ ତରଫରୁ ଧମକ ଦିଆଯାଇଛି। ଭାରତର ଏପରି ମନୋଭାବ ଗ୍ରହଣୀୟ ନୁହେଁ ଏବଂ ସମସ୍ତେ ଏହାକୁ ନିନ୍ଦା କରିବା ଉଚିତ୍‌ ବୋଳି ହୁସେନ୍‌ ମତ ଦେଇଥିଲେ।
ତେବେ ପାକିସ୍ତାନ ମନ୍ତ୍ରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ହାରିନ୍‌ ଫର୍ଣ୍ଣାଡୋ। ବୁଧବାର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ହାରିନ୍‌ କହିଥିଲେ ଶ୍ରୀଲଙ୍କା ଦଳର ୧୦ କ୍ରିକେଟର୍‌ ପାକିସ୍ତାନ ଗସ୍ତରୁ ଓହରି ଯିବା ପଛରେ ଭାରତର କୌଣସି ଭୂମିକା ନାହିଁ। ପାକିସ୍ତାନ ଗସ୍ତରେ ଗଲେ ଶ୍ରୀଲଙ୍କା କ୍ରିକେଟର୍‌ଙ୍କୁ ଆଇପିଏଲ୍‌​‌େ​‌ର ଖେଳିବାର ସୁଯୋଗ ମିଳିବ ନାହିଁ ବୋଲି ଭାରତ ଧମକ ଦେଇଥିବା କଥା ପାକିସ୍ତାନ ମନ୍ତ୍ରୀ କହୁଥିବା ବେଳେ ଏହା ସଂପୂର୍ଣ୍ଣ ଅସତ୍ୟ। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବସ୍‌ ଉପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହେବା ବିଷୟକୁ ନେଇ ବର୍ତ୍ତମାନ ୧୦ଜଣ କ୍ରିକେଟର୍‌ ପାକିସ୍ତାନ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ରାଜି ନାହାନ୍ତି।
ସୂଚନାଥାଉକି ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯାଇ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟ​ରେ ଆସନ୍ତା ୨୭, ୨୯ ଓ ଅକ୍ଟୋବର ୨ରେ ୩ଟି ଦିନିକିଆ ଓ ଅକ୍ଟୋବର ୫, ୭ ଓ ୯ରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ସେଠାକାର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଶ୍ରୀଲଙ୍କା କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ କ୍ରିକେଟର୍‌ଙ୍କୁ ଅବଗତ କରାଯାଇଥିଲା। ପାକିସ୍ତାନ ଗସ୍ତ​‌େ​‌ର ଯିବେ କି ନାହିଁ ସେ ନିଷ୍ପତ୍ତି କ୍ରିକେଟର୍‌ଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ତେବେ ଲାସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମ୍ୟାଥୁସ୍‌, ନିରୋସାନ୍‌ ଡିକୱେଲା, କୁଶଳ ପରେରା, ଧନଞ୍ଜୟ ଡି ସିଲଭା, ଆକିଲା ଧନଞ୍ଜୟ, ସୁରଙ୍ଗା ଲକମଲ୍‌, ଦିନେଶ ଚାନ୍ଦିମାଲ, ଦିମୁଖ କରୁଣାରତ୍ନେ,ତିସାରା ପରେରା ପ୍ରମୁଖ ପାକିସ୍ତାନ ଗସ୍ତରେ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories