www.samajalive.in
Tuesday, December 9, 2025
26.1 C
Bhubaneswar

ନମାମି ଗଙ୍ଗେ ପ୍ରକଳ୍ପରେ ବିନିଯୋଗ ହେବ ମୋଦୀଙ୍କ ଉପହାର ନିଲାମ ଅର୍ଥ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଗତ ଛ’ମାସ ମଧ୍ୟରେ ମିଳିଥିବା ବିଭିନ୍ନ ଉପହାର ସାମଗ୍ରୀ ଆସନ୍ତା ୧୪ରେ ନିଲାମ ହେବ। ଇ-ନିଲାମ ପ୍ରକ୍ରିୟାରେ ଏଗୁଡ଼ିକ ବିକ୍ରି ହେବ ଏବଂ ଏଥରୁ ଲବ୍ଧ ଅର୍ଥ ‘ନମାମି ଗଙ୍ଗେ’ ପ୍ରକଳ୍ପରେ ବିନିଯୋଗ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ। ସମ୍ପ୍ରତି ଏହି ଉପହାର ସାମଗ୍ରୀ ସବୁ ‘ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ’ ପରିସରରେ ପ୍ରଦର୍ଶିତ ହେଉଛି। ଏଗୁଡ଼ିକ ପ୍ରତି ୧୫ଦିନରେ ପରିବର୍ତ୍ତନ କରାଯାଉଛି। ଏଥିମଧ୍ୟରେ ମୋଦୀଙ୍କୁ ଦେଶ ବିଦେଶର ବିଭିନ୍ନ ସ୍ଥାନ ଗସ୍ତ ସମୟରେ ମିଳିଥିବା କଳାକୃତି, ପଗଡ଼ି, ଚଦର, ଖଡ୍‌ଗ, ବିଭିନ୍ନ ପ୍ରତିମୂର୍ତ୍ତି ଓ ପ୍ରତିକୃତିକୁ ମିଶାଇ ମୋଟ ୨୭୭୨ ପ୍ରକାର ସାମଗ୍ରୀ ରହିଛି। ନିଲାମ ପାଇଁ ସବୁ ସାମଗ୍ରୀର ଆଧାର (ମୂଳ) ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୋଦୀଙ୍କ ଚେହେରା ଅଙ୍କିତ ସିଲ୍‌କ କପଡ଼ାର ଆଧାର ମୂଲ୍ୟ ଅଢ଼େଇ ଲକ୍ଷ ଧାର୍ଯ୍ୟ ହୋଇଛି। କେତେକ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ୨୦୦ଟଙ୍କା ମଧ୍ୟ ରହିଛି ବୋଲି ପ୍ରହଲାଦ କହିଛନ୍ତି। ମୋଦୀଙ୍କୁ ମିଳିଥିବା ଉପହାରକୁ ପୂର୍ବରୁ ଗତ ଜାନୁଆରୀ ୨୭ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ନିଲାମ ହୋଇଥିଲାବେଳେ ଏଥିରୁ ବେଶ୍‌ ସୁଫଳ ମିଳିଥିଲା ବୋଲି ସେ କହିଛନ୍ତି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories