www.samajalive.in
Friday, December 12, 2025
14.1 C
Bhubaneswar

ପ୍ରଦର୍ଶନରେ ଉନ୍ନତି ଆଣିବା ମୁଖ୍ୟ ଲକ୍ଷ୍ୟ : ପନ୍ତ୍‌

କଲକାତା : ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ମତ ଦେଇଛନ୍ତି ଭାରତୀୟ ଦଳର ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌। ଆସନ୍ତା ୧୫ରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ନ ଥିବାରୁ ଭଲ ପ୍ରଦର୍ଶନ ପାଇଁ ପନ୍ତ୍‌ଙ୍କ ଉପରେ ଦଳୀୟ ମ୍ୟାନେଜମେଣ୍ଟଙ୍କ ଆଶା ରହିଛି। ଅନ୍ୟପକ୍ଷରେ ପନ୍ତ୍‌ଙ୍କୁ ଧୋନିଙ୍କ ବିକଳ୍ପ ଭାବେ ପରିଗଣିତ କରାଯାଉଛି। ଏ ସଂପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପନ୍ତ୍‌ କହିଥିଲେ ଧୋନିଙ୍କ ଭଳି ମହାନ୍ କ୍ରିକେଟର୍‌ଙ୍କ ବିକଳ୍ପ ଭାବେ ତାଙ୍କୁ ପରିଗଣିତ କରାଯିବା ବିଷୟକୁ ନେଇ ସେ ଖୁସି ଅଛନ୍ତି। ତେବେ ଏହାକୁ ନେଇ ସେ ଆଦୌ ଚାପରେ ନାହାନ୍ତି। ନିଜ ପ୍ରଦର୍ଶନରେ ଉନ୍ନତି ଆଣି ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବା ଉପରେ ସେ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ସେ କଠୋର ପରିଶ୍ରମ କରୁଛନ୍ତି ଏହାର ସୁଫଳ ମିଳିବ ବୋଲି ଆଶାବାଦୀ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଭାରତୀୟ କ୍ରିକେଟର୍‌ମାନେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ପନ୍ତ୍‌ ଆଶାବ୍ୟକ୍ତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିବାକୁ ଭାରତୀୟ କ୍ରିକେଟର୍‌ମାନେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଦଳ ନିଶ୍ଚିତ ଭାବେ ଟ୍ବେଣ୍ଟି୨୦ ଓ ଟେଷ୍ଟ ସିରିଜ୍‌ ଜିତିବ ବୋଲି ପନ୍ତ୍‌ ଆଶାବ୍ୟକ୍ତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories