www.samajalive.in
Wednesday, December 10, 2025
26.1 C
Bhubaneswar

କୁଖ୍ୟାତ ଏଲଇଟି ଆତଙ୍କବାଦୀ ଆସିଫ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପାରାରେ ବୁଧବାର ସୁରକ୍ଷା ବାହିନୀଙ୍କ ଗୁଳିରେ ଲସ୍କର-ଇ-ତୋଇବାର ସଦସ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଆସିଫ ନିହତ ହୋଇଛି।

ସୋପାରରେ ଜଣେ ଫଳ ବେପାରୀଙ୍କ ପରିବାରର ୩ ସଦସ୍ୟଙ୍କୁ ଗୁଳି ମାରିବା ଘଟଣାରେ ଆସିଫ ସମ୍ପୃକ୍ତ ଥିଲା। ଏଥିରେ ଜଣେ ଯୁବତୀ ଆସମା ଗୁରୁତର ହୋଇଥିଲା। ଏହାବାଦ ପ୍ରବାସୀ ଶ୍ରମିକ ଆଲମ ଉପରେ ମଧ୍ୟ ଆସିଫ ମରଣାନ୍ତକ ଆକ୍ରମଣ କରିଥିଲା। ସୂଚନା ଅନୁସାରେ ଏକ କାର ଯୋଗେ ଆସିଫ କେଉଁଆଡେ ଯାଉଥିବାବେଳେ ସୁରକ୍ଷା ବାହିନୀଙ୍କ ହାବୁଡ଼ରେ ପଡିଥିଲା। ଯାଞ୍ଚ ବେଳେ ସେ ଗାଡ଼ିକୁ ନଅଟକାଇ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆସିଫ ନିହତ ହୋଇଛି। ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ ଆସିଫ ସୋପାରାରେ ଆତଙ୍କ ଖେଳାଇଥିଲା। ଗତ ମାସେ ହେବ ସେ ଏହି ଅଞ୍ଚଳରେ ସକ୍ରିୟ ଥିଲା ଓ ଲୋକଙ୍କୁ ଦୋକାନ ନଖୋଲିବା ପାଇଁ ଧମକ ଦେଉଥିଲା। ଅନେକ ଲୋକ ଓ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିଲା। ଗୁଇନ୍ଦା ସୂଚନା ଆଧାରରେ ବୁଧବାର ସ୍ଥାନୀୟ ଅଞ୍ଚଳକ ଘେରାବନ୍ଦୀ କରି ତଲାସୀ ଅଭିଯାନ କରାଯାଇଥିଲା। ସେହି ସମୟରେ କାରରେ ଯାଉଥିବା ଆସିଫ ଚେକପୋଷ୍ଟରେ ନଅଟକି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ସୁରକ୍ଷା କର୍ମୀଙ୍କ ପ୍ରତିଜବାବାରେ ସେ ନିହତ ହୋଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories