www.samajalive.in
Wednesday, December 10, 2025
26.1 C
Bhubaneswar

ସୁଆଦିଆ ବିସ୍କୁଟ

ଆବଶ୍ୟକ ସାମଗ୍ରୀ
ଅଟା – ୨୫୦ ଗ୍ରାମ
ପେଷା ଚିନି – ୧୨୫ ଗ୍ରାମ
ବଟର – ୧୫୦ ଗ୍ରାମ
ପାଉଁରୁଟି – ଅଳ୍ପ
ଡ଼ାଲଚିନି ପାଉଡ଼ର : ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିନି , ଅଟା , ଡ଼ାଲଚିନି ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ବଟର ପକାଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ପାଉଁରୁଟିକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ପକାଇ ନରମ ଭାବେ ଦଳି ଦିଅନ୍ତୁ। ଏହି ଦଳାକୁ ଏକ କାଗଜରେ ଗୁଡ଼ାଇ ୩୦ମିନିଟ ଫ୍ରିଜରେ ରଖିଦିଅନ୍ତୁ। ୩୦ ମିନଟ ପରେ ଏହାକୁ ବେଲି ଦିଅନ୍ତୁ। ବେଲିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ ବେକିଙ୍ଗ୍‍ ଟ୍ରେରେ (ବଜାରରେ ବିକ୍ରି ହେଉଛି ) ପାତ୍ରରେ ବେଲି କରି ରଖିଥିବା ଅଟାର ଛୋଟ ଛୋଟ ଖଣ୍ଡକୁ ରଖି ଏହାକୁ ମାଇକ୍ରୋଓଭନ ମଧ୍ୟରେ ରଖନ୍ତୁ। ଏହାର ରଙ୍ଗ ମାଟିଆ ହେବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଖାଆନ୍ତୁ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories