www.samajalive.in
Wednesday, December 10, 2025
23.1 C
Bhubaneswar

୨୦ ବର୍ଷ ତଳେ ଜାଲ୍‍ ପ୍ରମାଣପତ୍ରରେ ଶିକ୍ଷୟିତ୍ରୀ ହୋଇଥିଲେ ଶାଶୂ, ବୋହୂ ଅଭିଯୋଗରେ ହେଲେ ବହିଷ୍କୃତ

ଭୋପାଳ : ଜାଲ୍‍ ପ୍ରମାଣପତ୍ର ଦେଇ ୨୦ ବର୍ଷ ତଳେ ଶିକ୍ଷୟିତ୍ରୀ ଚାକିରି ପାଇଥିବା ଜଣେ ମହିଳାଙ୍କୁ ତାଙ୍କ ବୋହୂର ଅଭିଯୋଗ କ୍ରମେ ବହିଷ୍କୃତ କରାଯାଇଛି। ବୋହୂ ପାରିବାରିକ କହଳରୁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଶାଶୂ ଚାକିରି ସମୟରେ ଯେଉଁ ମାର୍କସିଟ ଦେଇଥିଲେ ସେଥିରେ ବୟସ ଏବଂ ନାମ ବଦଳାଯାଇଥିଲା। ଯାଞ୍ଚ ପରେ ମୁରୈନା ଜିଲାପାଳ ସେପ୍ଟେମ୍ବର ୪ରେ ମହିଳା ଶିକ୍ଷୟିତ୍ରୀ ପ୍ରେମଲତା ଗୋୟଲଙ୍କୁ ବହିଷ୍କାର ପାଇଁ ନିର୍ଦେଶ ଜାରି କରିଛନ୍ତି। ପ୍ରେମଲତା ଜେରରୁଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ। ତଦନ୍ତ ଅନୁଯାୟୀ ସରକାରୀ ଚାକିରି ପାଇବା ପାଇଁ ପ୍ରେମଲତା ଗୋୟଲ ଦୁଇଟି ମାର୍କସିଟ ପ୍ରସ୍ତୁତ କରିଥିଲେ। ପ୍ରଥମ ମାର୍କସିଟ ଉତ୍ତରପ୍ରଦେଶର ଆଗ୍ରାରେ ଏବଂ ଦ୍ୱିତୀୟ ମାର୍କସିଟି ଟି ମଧ୍ୟପ୍ରଦେଶର। ଆଗ୍ରା ମାର୍କସିଟରେ ତାଙ୍କ ଜନ୍ମ ତାରିଖ ୧୯୬୪ ଅଗଷ୍ଟ ୩ ରହିଛି। ହେଲେ ତାଙ୍କ ଝିଅ ଆରତୀର ସ୍କୁଲ ପ୍ରମାଣପତ୍ରରେ ଜନ୍ମ ତାରିଖ ୧୯୭୬ ଜୁନ ୧୫ ରହିଛି। ଅର୍ଥାତ ମା’-ଝିଅଙ୍କ ବୟସରେ ମାତ୍ର ୧୨ ବର୍ଷର ଅନ୍ତର ରହିଛି। ଶିକ୍ଷା ଅଧିକାରୀଙ୍କ ଅନୁସାରେ ବୋହୂ ଜିଲାପାଳଙ୍କ ଜଣଶୁଣାଣିରେ ଏନେଇ ଅଭିଯୋଗ କରିଥିଲେ। ତଦନ୍ତରୁ ଜାଲ୍‍ ପ୍ରମାଣ ହୋଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories