www.samajalive.in
Wednesday, December 10, 2025
23.1 C
Bhubaneswar

ସପିଙ୍ଗର ମଜା ନେବା ପାଇଁ ଯାଆନ୍ତୁ ପୁନେର ଏହି ପ୍ରସିଦ୍ଧ ବଜାର

ପୁନେରେ ଯେଭଳି ବୁଲିବା ପାଇଁ ବିଭିନ୍ନ ସ୍ଥାନ ରହିଛି, ସେଭଳି ମନମୁତାବକ ସପିଙ୍ଗ କରିବା ପାଇଁ ମଧ୍ୟ ବହୁ ସ୍ଥାନ ରହିଛି। ଯହି ଆପଣ ଭ୍ରମଣ ପାଇଁ ପୁନେ ଯିବାକୁ ଇଚ୍ଛା କରନ୍ତି ତେବେ ଏପରି କିଛି ବଜାରକୁ ନିଶ୍ଚୟ ଯାଆନ୍ତୁ। ଏହି ବଜାର ଗୁଡ଼ିକରେ ଆପଣ ବିଭିନ୍ନ ଖାଦ୍ୟଦ୍ରବ୍ୟ ଖାଇବାର ମଜା ନେବା ସହ ଭିନ୍ନ ଭିନ୍ନ ପୋଷାକ, ଅଳଙ୍କାର, ଅନ୍ୟାନ୍ୟ ଦ୍ରବ୍ୟ ଓ ଉପହାର ଦେବା ଭଳି ଦ୍ରବ୍ୟ ମଧ୍ୟ ପାଇପାରିବେ। ଆସନ୍ତୁ ପୁନେର ପ୍ରସିଦ୍ଧ ବଜାର ଗୁଡ଼ିକ ବିଷୟରେ ଜାଣିବା ଯେଉଁଠାରେ ଆପଣ ସମୟ ଅତିବାହିତ କରିବାକୁ ଖୁବ ଭଲ  ଲାଗିବ ….
ଫରଗୁସନ କଲେଜ ରୋଡ଼ –
ଏହି ସ୍ଥାନଟି ଏଠାକାର ସ୍ଥାନୀୟ ବାସିନ୍ଦା ମାନଙ୍କୁ ମଧ୍ୟ ଖୁବ ଭଲ ଲାଗିଥାଏ। ଏଠାରେ ଆପଣ ସୁନ୍ଦର ଚପଲ, ବ୍ୟାଗ ଭଳି ବିଭିନ୍ନ ଜିନିଷ ଶସ୍ତାରେ କିଣିପାରିବେ। ଏଠାରେ ଥିବା ରେଷ୍ଟ୍ରୁରାଣ୍ଟରେ ମଧ୍ୟ ଯାଇ ଆପଣ ସୁଆଦିଆ ବ୍ୟଞ୍ଜନର ମଜା ନେଇପାରିବେ। ନିକଟରେ କଲେଜ ଥିବାରୁ ଏଠାରେ ସର୍ବଦା ଭିଡ଼ ଜମିଥାଏ।
ହାଙ୍ଗକାଙ୍ଗ ଲେନ –
ଆପଣ ପୁନେର ହାଙ୍ଗକାଙ୍ଗ ଲେନ ନିଶ୍ଚୟ ଯାଆନ୍ତୁ। ଦାମି ଜିନିଷ ଏଠାରେ ସଠିକ ଦାମରେ ମିଳିଥାଏ। ଏହା ଗରବାରେ ବିଜ୍ରର ନିକଟରେ ଅବସ୍ଥିତ। ସପିଙ୍ଗ ପାଇଁ ଏହି ସ୍ଥାନଟି ଖୁବ ପ୍ରସିଦ୍ଧ। ଏଠାରେ ବିଭିନ୍ନ ପ୍ରକାର ଇମିଟେସନ ଅଳଙ୍କାର, ପୋଷାକ, ପରଫ୍ୟୁମ, କସମେଟିକ ଭଳି ବିଭିନ୍ନ ଦ୍ରବ୍ୟ କିଣିପାରିବେ।
ଲକ୍ଷ୍ମୀ ରୋଡ଼ –
ଏହା ପୁନେର ସବୁଠାରୁ ପୁରୁଣା ମାର୍କେଟ। ଏଠାରେ ସମସ୍ତ ଦ୍ରବ୍ୟ ଖୁବ ଭଲ ଓ ଶସ୍ତାରେ ମିଳିଥାଏ। ଆପଣଙ୍କୁ ଯଦି ଶାଢୀ କିଣିବାକୁ ଇଚ୍ଛା ଥାଏ, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏହାଛଡ଼ା ବିଭିନ୍ନ ଡ଼ିଜାଇନର ପୋଷାକ, ଜିନ୍ସ, ଟିସାର୍ଟ, ସ୍କର୍ଟସ ଆଦି ମିଳିଥାଏ।
ଫେଶସ ଷ୍ଟ୍ରିଟ –
କେବଳ ନାମରୁ ନୁହେଁ, ଏଠାରେ  ମିଳୁଥିବା ବିଭିନ୍ନ ଦ୍ରବ୍ୟ ଫେଶନ ଓ ଷ୍ଟାଇଲରେ ଭରପୁର। ଏଠାରେ ମିଳୁଥିବା ସୁନ୍ଦର ସୁନ୍ଦର ଡ଼ିଜାଇନର ପୋଷାକ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ। ତେଣୁ ଏଠାରେ ବେଶ ଜନ ସମାଗମ ଦେଖାଯାଏ। ଏଠାରେ ପ୍ରାୟ ୪୫୦ଟି ଦୋକାନ ଲାଗି ଲାଗି ହୋଇ ରହିଛି।
ବାଜୀରାଓ ରୋଡ଼ –
ଗୃହର ସୁନ୍ଦରତାକୁ ବଢାଇବା ପାଇଁ ଏଠାରେ ଆବଶ୍ୟକୀୟ ଓ ସୁନ୍ଦର ଆସବାବ ପତ୍ର ମିଳେ। ଘରର ପାଇଁ ବିଭିନ୍ନ ଦ୍ରବ୍ୟ କିଣିବାର ଏହା ସଠିକ ସ୍ଥାନ।
ତୁଳସୀବାଗ –
ଏହି ସ୍ଥାନ ଇମିଟେସନ ଅଳଙ୍କାର ପ୍ରିୟ ଲୋକଙ୍କୁ ଖୁବ ପସନ୍ଦ। ଏଠାରେ ଆପଣ ବିଭିନ୍ନ ଡ଼ିଜାଇନର ଅଳଙ୍କାର ପାଇପାରିବେ। ଭିନ୍ନ ଭିନ୍ନ ଡ଼ିଜାଇନର ଅଳଙ୍କାର, ଜୋତାଚପଲ ଆଦି ଆପଣ ପାଇପାରିବେ। ଏପରିକି ୫୦୦ ଟଙ୍କାର ଦ୍ରବ୍ୟ ଏଠାରେ ୨୦୦ଟଙ୍କାରେ ମିଳିଥାଏ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories