www.samajalive.in
Saturday, December 13, 2025
27.1 C
Bhubaneswar

ରିଲିଜ୍‍ ହେଲା ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ପୋଷ୍ଟର ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଓ ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ପ୍ରିୟଙ୍କା ନିଜେ ଇନ୍‍ଷ୍ଟାଗ୍ରାମରେ ପୋଷ୍ଟର ଶେୟାର କରିଛନ୍ତି। ମଙ୍ଗଳବାର ଏହାର ଟ୍ରେଲର ରିଲିଜ୍‍ ହେବ ଓ ଚଳିତ ବର୍ଷ ୧୧ ଅକ୍ଟୋବରରେ ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ ପରଦାକୁ ଆସିବ ବୋଲି ପ୍ରିୟଙ୍କା ସୂଚନା ଦେଇଛନ୍ତି।

ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖ୍‍ତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ବସୀମ ଦୌଡ଼ୁଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରିୟଙ୍କା ଦୀର୍ଘ ୩ ବର୍ଷ ୬ ମାସ ପରେ ବକ୍ସ ଅଫିସକୁ ଫେରୁଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories