www.samajalive.in
Tuesday, December 9, 2025
15.1 C
Bhubaneswar

ବନ ବିଭାଗ ଦ୍ୱାରା ମୃତ ବାରହା ଜବତ, ୨ ଗିରଫ

ଦେବଗଡ଼ : ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ତଥା କୁଣ୍ଢେଇଗୋଳା ବିଭାଗ ଅନ୍ତର୍ଗତ ନୂଆପଡ଼ା ଜଙ୍ଗଲରୁ ବନ ବିଭାଗ ପକ୍ଷରୁ ଏକ ମୃତ ବାରହା ଜବତ କରାଯାଇଛି। ଏହାସହ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀ ମାନେ ହେଲେ ନୂଆପଡ଼ା ଗାଁର ବେଦବ୍ୟାସ ବେହେରା (୪୫) ଓ ସିଲୁ ବେହେରା (୨୭)। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ କେତେକ ଶିକାରୀ ନୂଆପଡ଼ା ଜଙ୍ଗଲରୁ ଏକ ବାର୍‍ହା ଶିକାର କରି ମାଂସ ଭାଗବଣ୍ଟା କରିବା ପାଇଁ ଗାଁକୁ ବୋହି ନେଉଥିଲେ। ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ ଓ କୁଣ୍ଢେଇଗୋଳା ଫରେଷ୍ଟର ପ୍ରିତମ କୁମାର ସାହୁ ଏନେଇ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲେ। ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବନ ବିଭାଗ କର୍ମଚାରୀମାନଙ୍କୁ ଦେଖି ଏ ଘଟଣାରେ ସମ୍ପୃକ୍ତ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାରେ ସମ୍ପୃକ୍ତଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି। ବନ ବିଭାଗ ବାରହାର ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ମାଟିରେ ପୋତି ଦିଆଯାଇଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories