www.samajalive.in
Saturday, December 6, 2025
23.1 C
Bhubaneswar

ଶାନ୍ତି ବୁଝାମଣା ବାତିଲ୍‍ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ କହିଛନ୍ତି, ଆଫଗାନିସ୍ତାନର ତାଲିବାନ ବିଦ୍ରୋହୀଙ୍କ ସହ ଯେଉଁ ଶାନ୍ତି ବୁଝାମଣା ହେବାର ଥିଲା, ତାହାକୁ ସେ ବାତିଲ୍‍ କରିଦେଇଛନ୍ତି। ଏକାଧିକ ଟ୍ୱିଟରେ ଟ୍ରମ୍ପ୍‍ କହିଛନ୍ତି, ବରିଷ୍ଠ ତାଲିବାନ୍‍ ନେତାଙ୍କ ସହ ତାଙ୍କର କ୍ୟାମ୍ପ୍‍ ଡେଭିଡ଼୍‍ଠାରେ ଏକ ବୈଠକ ହେବାର ଥିଲା। ତେବେ ଏହା ପୂର୍ବରୁ କାବୁଲରେ ଏକ ଆକ୍ରମଣରେ ଜଣେ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ଘଟଣାରେ ତାଲିବାନର ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଏହି ବୈଠକ ଓ ଆଲୋଚନାକୁ ବାତିଲ୍‍ କରିଦିଆଯାଇଛି।

ଏହାପୂର୍ବରୁ ଆମେରିକାର ମୁଖ୍ୟ ଯୋଗସୂତ୍ରକାରୀ ଜଲ୍‍ମେ ଖଲିଲ୍‍ ଜାଦ୍‍ ଘୋଷଣା କରିଥିଲେ, ତାଲିବାନ ସହ ଏକ ଶାନ୍ତିଚୁକ୍ତି ସ୍ୱାକ୍ଷର କରିବାକୁ ଆମେରିକା ନୀତିଗତ ଭାବେ ନିଷ୍ପତ୍ତି ନେଇଥିଲା। ଏହି ପ୍ରସ୍ତାବିତ ଚୁକ୍ତି ଅନୁସାରେ ଆଫଗାନିସ୍ତାନରେ ଥିବା ଆମେରିକାର ୧୪ ହଜାର ସୈନ୍ୟଙ୍କ ମଧ୍ୟରୁ ୫ ହଜାର ୪୦୦ ସୈନ୍ୟଙ୍କୁ ୨୦ ସପ୍ତାହ ମଧ୍ୟରେ ପ୍ରତ୍ୟାହାର କରିନେବାକୁ ଯୋଜନା ରହିଥିଲା। ଗତ ଗୁରୁବାର କାବୁଲରେ ଏକ କାର୍‍ ବୋମା ବିସ୍ଫୋରଣରେ ଜଣେ ଆମେରିକୀୟ ସୈନ୍ୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ତାଲିବାନ ଦ୍ୱାରା ହୋଇଥିଲା ବୋଲି ବିଦ୍ରୋହୀ ସଙ୍ଗଠନର ଗୋଟିଏ ଗୋଷ୍ଠୀ ସ୍ୱୀକାର କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories