www.samajalive.in
Wednesday, December 10, 2025
16.1 C
Bhubaneswar

ଚଳନ୍ତା ଟ୍ରକରେ ଲାଗିଲା ନିଆଁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ନିକଟ ୪୯ନମ୍ବର ଜାତୀୟ ରାଜପଥର ହାତୀବାରି ଛକ ମା’ କାଳି ଢାବା ନିକଟରେ ଏକ ଚଳନ୍ତା ୧୪ଚକିଆ ଟ୍ରକରେ ଶନିବାର ଅପରାହ୍ନରେ ସଟ ସର୍କିଟ କାରଣରୁ ନିଆଁ ଲାଗି ଯାଇଥିଲା । ଟ୍ରକରେ ନିଆଁ ଲାଗି ଥିବା ଜାଣି ଚାଳକ ଗାଡିଟିକୁ ଢାବା ପାଣିଟାଙ୍କି ନିକଟକୁ ନେଇଯାଇ ନିଆଁ ଲିଭାଇକୁ ଚେଷ୍ଟା କରିବା ସହ ପାଟଣା ଦମକଳ ବାହିନୀବାହିନୀକୁ ଖବର ଦେଇଥିଲେ । ପାଟଣା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରୁ ନିଆଁ ଲିଭାଇଥିଲେ । ପଶ୍ଚିମ ବଙ୍ଗର ନମ୍ବର ଥିବା ଏହି ୧୪ଚକିଆ ଟ୍ରକଟି କେନ୍ଦୁଝର ପଟୁ ଯଶିପୁର ଆଡକୁ ଯାଉଥିଲା। ଏହି ଟ୍ରକଟିରେ ବିଭିନ୍ନ ଟ୍ରାନ୍ସପୋର୍ଟ କମ୍ପାନୀର ଏସିଡ, ଜୋତା, କାଚ ସମାଗ୍ରି, ସେପ୍ଟି ହେଲମେଣ୍ଟ ଓ କାଗଜ ଫାଇଲ ପ୍ରଭୁତି ଅନ୍ୟାନ୍ୟ ଜିନିଷ ପତ୍ର ଥିବା ଜଣାପଡିଛି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories