କଳାହାଣ୍ଡି : ଆଣ୍ଠୁଏ ଆଣ୍ଠୁଏ ଲେଖା ଖାଲ ଆଉ ଖାଲଭିତରେ ପାଣି ପୋଖରୀ ଭଳି ଭ୍ରମ ସୃଷ୍ଟିକରୁଥିବାର ଏ ଦୃଶ୍ୟ କୋଉ ଗାଁ ପୋଖରୀର ନୁହେଁ ବରଂ କଳାହାଣ୍ଡି ଜିଲା ମୁଖ୍ୟ ବସଷ୍ଟାଣ୍ଟର ଦୃଶ୍ୟ। ଆଖି ଯୁଆଡେ ବୁଲେଇବେ ଆଣ୍ଠୁଏ ଲେଖାଏଁ ଗାତ ଓ ଅଳିଆ ଆବର୍ଜନାରେ ଭର୍ତ୍ତି। ଯାତ୍ରୀମାନେ ବର୍ଷ ସାରା ଅଶ୍ୱାସ୍ଥ୍ୟକର ପରିବେଶ ଭିତରେ ଯାତାୟତ କରିଥାନ୍ତି ।
କଳାହାଣ୍ଡି ଜିଲା ସମେତ ପଡୋଶୀ ନବରଙ୍ଗପୁର ଜିଲା, ରାୟଗଡା ଜିଲାର ଲୋକେ ମଧ୍ୟ ଏ ବସଷ୍ଟାଣ୍ଟ ଦେଇ ଭୁବନେଶ୍ୱର ଯାଇ ଥାଆନ୍ତି । ଭବାନୀପାଟଣା ସହର କଳାହାଣ୍ଡି ଜିଲା ମୁଖ୍ୟାଳୟ ହେତୁ ସାରା ଜିଲାର ଲୋକେ ବସ୍ ମାଧ୍ୟମରେ ଆସିଥାନ୍ତି କିନ୍ତୁ ବସଷ୍ଟାଣ୍ଡରେ ଚିତ୍ର ଦେଖି ଲୋକେ କେମିତି ବସ୍ ଜଲଦି ଆସିବ ଆଉ ସେମାନେ ବସଷ୍ଟାଣ୍ଟ ଛାଡ଼ିବେ ସେ ଚିନ୍ତାରେ ଥାଆନ୍ତି। ଏନେଇ ବାରମ୍ବାର ଜିଲା ପ୍ରଶାସନ ଓ ଜିଲା ପରିବହନ ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ସୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି।
ଖାଲଖମାରେ ଭର୍ତ୍ତି ଜିଲା ମୁଖ୍ୟ ବସଷ୍ଟାଣ୍ଟ
Popular Categories



