ଟ୍ରାଫିକ୍ ନିୟମ ଉଲ୍ଲଂଘନ : ସରକାରୀ ଗାଡ଼ିରୁ ୧୫ ହଜାର ଜରିମାନା ଆଦାୟ
ଭୁବନେଶ୍ୱର : ଟ୍ରାଫିକ୍ ନିୟମ କଡ଼ାକଡ଼ି ଓ ଜରିମାନା ବୃଦ୍ଧି ପରେ ରାଜଧାନୀରେ ଗାଡ଼ି ଚାଳକମାନଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଯାଇଛି। ନିୟମରେ ଟିକିଏ ବି ଖିଲାପ୍ କଲେ ଲୋକେ ହଜାର ହଜାର ଟଙ୍କାର ଜରିମାନା ଗଣୁଛନ୍ତି। ଖାଲି ଯେ କେବଳ ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଉଛି ତାହା ନୁହେଁ ସରକାରୀ ଗାଡ଼ି ମଧ୍ୟ ଏଥିରୁ ବାଦ୍ ପଡ଼ୁନାହିଁ। ଗୁରୁବାର ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।
ମିଳିଥିବା ଖବର ଅନୁସାରେ, ନାଲ୍କୋ ଛକରେ ନିୟମ ଉଲ୍ଲଂଘନ କରିବାରୁ ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼୍ ଗାଡ଼ିରୁ ଏହି ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି।