www.samajalive.in
Sunday, December 14, 2025
14.1 C
Bhubaneswar

ବୟସ ୯୬, ଲକ୍ଷ୍ୟ ୧୦୦ ବର୍ଷ ମଧ୍ୟରେ ଦଶମ ପାସ୍‍

ତିରୁଅନନ୍ତପୁରମ୍‍ : କଥାରେ ଅଛି ଦୃଢ ମନୋବଳ ଏବଂ ପ୍ରବଳ ଇଚ୍ଛା ଶକ୍ତି ଆଗରେ ବୟସ ବି ହାରମାନିଥାଏ। ଏହି ଉକ୍ତିର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କେରଳରେ। କେରଳର ୯୬ ବର୍ଷ ବୟସ୍କା କାର୍ତିୟାନି ଅମ୍ମା ଏବେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେ ୧୦୦ ବର୍ଷ ବୟସ ମଧ୍ୟରେ ଦଶମ ପରୀକ୍ଷା ପାସ୍‍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେ ଅଗଷ୍ଟ ୫ରେ ଆୟୋଜିତ ସାକ୍ଷରତା ପରୀକ୍ଷାରେ ଭାଗ ନେଇ ସଫଳତାର ସହ ତୃତୀୟ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାସହ କେରଳରେ ସାକ୍ଷରତା ପରୀକ୍ଷାରେ ଭାଗ ନେଇଥିବା ସେ ସବୁଠୁ ବୟସ୍କ ମହିଳା ହୋଇଛନ୍ତି। ସେ ୬ ମାସ ପୂର୍ବରୁ ରାଜ୍ୟ ସାକ୍ଷରତା ଯୋଜନାର ଏକ କାର୍ଯ୍ୟକ୍ରମରେ ନାମ ଲେଖାଇଥିଲେ। ପାଠ ପଢା କ୍ଷେତ୍ରରେ ଆମ୍ମାଙ୍କ ବହୁ ଆଗ୍ରହ ରହିଛି। ସେ ସାକ୍ଷରତା ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ଓ ଚତୁର୍ଥ ଶ୍ରେଣୀରେ ପଢିବାକୁ ଯୋଗ୍ୟ ହୋଇଛନ୍ତି ବୋଲି ସାକ୍ଷରତା ଅଭିଯାନର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ପରୀକ୍ଷାରେ ପାସ୍‍ ହେବା ପରେ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ପାଠ ପଢିବା ପାଇଁ ତାଙ୍କ ଝିଅ ପ୍ରୋତ୍ସାହିତ କରିଥିଲା। ତାଙ୍କ ଝିଅ ୨୦୧୬ରେ ୬୦ ବର୍ଷ ବୟସରେ ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିରୁ ଆମ୍ମାଙ୍କୁ ପ୍ରେରଣା ମଳିଥିଲା ଓ ସେ ସାକ୍ଷରତା ଅଭିଯାନରେ ଭାଗ ନେଇଥିଲେ। ଆମ୍ମା କହିଛନ୍ତି ଯେ ମୋ ଝିଅ ୬୦ ବର୍ଷ ବୟସରେ ଦଶମ ଶ୍ରେଣୀ ପରୀକ୍ଷା ପାସ୍‍ କରିଥିଲା ଓ ମୁଁ ୧୦୦ ବର୍ଷ ବୟସ ମଧ୍ୟରେ ଦଶମ ଶ୍ରେଣୀରେ ପାସ୍‍ କରିବାକୁ ଚାହୁଁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories