www.samajalive.in
Monday, December 8, 2025
20.1 C
Bhubaneswar

ଦିନ ଦୁଇ ପ୍ରହରରେ ଦେଢ ବର୍ଷର ଶିଶୁ ଉଭାନ୍

ପାରାଦୀପ : ଅଠରବାଙ୍କିର ରେଲୱେ କଲୋନୀରୁ ଦିନ ଦୁଇ ପ୍ରହରରେ ଘର ଭିତରୁ ଦେଢ ବର୍ଷର ଶିଶୁ ଉଭାନ୍ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ଏଠାରେ ରହୁଥିବା ରବିନ୍ଦ୍ର ନାୟକଙ୍କ ସ୍ତ୍ରୀ ଜୟଶ୍ରୀ ନାୟକ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ରୋହନ କୁ ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ଖାଇବାକୁ ଦେଇ ଘରେ ଶୁଆଇ ସାରି କଲୋନୀ ଭିତରକୁ ଯାଇଥିଲେ। ହେଲେ ଘରକୁ ଫେରି ଦେଖନ୍ତି ଯେ ତାଙ୍କ ପୁଅ ଘରେ ନାହିଁ ।  ବହୁ ଖୋଜାଖୋଜି କରିବା ପରେ ଏପର୍ଯ୍ୟନ୍ତ ପୁଅକୁ ପାଇ ନାହାଁନ୍ତି।  ତେବେ ତାଙ୍କ ପୁଅକୁ କେହି ଚୋରୀକରି ନେଇଥିବାର ସେ ସନ୍ଦେହ କରିଛନ୍ତି। ତେଣୁ ପାରାଦୀପ ଥାନାରେ ଏହାକୁ ନେଇ ଶିଶୁପୁତ୍ରର ଜେଜେ ତ୍ରୈଲୋକ୍ୟନାଥ ନାୟକ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି | ତେବେ ଏହି ଘଟଣାକୁ ନେଇ କଲୋନୀ ବାସିନ୍ଦାଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି |

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories