www.samajalive.in
Sunday, December 14, 2025
26.1 C
Bhubaneswar

ସିଆଚେନ୍‍ ଓ ଡୋକଲାମ୍‍ରେ ଯବାନଙ୍କୁ ଯୋଗାଇ ଦିଆଯିବ ସ୍ୱଦେଶୀ ପୋଷାକ, ଯନ୍ତ୍ରପାତି

ନୂଆଦିଲ୍ଲୀ : ବିଶ୍ୱର ସର୍ବାଧିକ ବିପଜ୍ଜନକ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ବରଫାବୃତ୍ତ ସିଆଚେନ୍‍ ଓ ଡୋକଲାମ୍‍ ଭଳି ସୀମାନ୍ତରେ କର୍ତ୍ତବ୍ୟରତ ଭାରତୀୟ ଯବାନଙ୍କୁ ଏଣିକି ସ୍ୱଦେଶୀ ପୋଷାକ ଓ ଯନ୍ତ୍ରପାତି ପ୍ରଦାନ କରାଯିବ। ଏହି ସାମଗ୍ରୀ ମଧ୍ୟରେ ରହିଛି ଜୋତା, ସ୍ନୋ-ଗଗଲ୍ସ ବା ଚଷମା, ଥର୍ମାଲ ଇନ୍‍ସୋଲ୍ସ, ଆଇସ୍‍ ଆକ୍ସ, ରକ୍‍ ପିଟନ୍‍, ପର୍ବତାରୋହଣ ସହ୍ରାକ ସାମଗ୍ରୀ, ଶୋଇବା ବ୍ୟାଗ୍‍ ଓ ବରଫମାଡ଼ରେ ଆହତଙ୍କୁ ଠାବ କରିବା ଯନ୍ତ୍ର ଇତ୍ୟାଦି। ଦୀର୍ଘ ଦିନରୁ ଏ ସମ୍ପର୍କରେ ବିଚାରବିମର୍ଶ ଚାଲିଥିବାବେଳେ ସରକାର ଏବେ ଏ ସମ୍ପର୍କିତ ପ୍ରକଳ୍ପକୁ ମଞ୍ଜୁରୀ ଦେବାକୁ ଯାଉଛନ୍ତି। ସରକାର ପ୍ରତିବର୍ଷ ପ୍ରାୟ ୨୦ହଜାର ଫୁଟ ଉଚ୍ଚରେ କାର୍ଯ୍ୟରତ ଯବାନଙ୍କ ପାଇଁ ଏସବୁ ‘ଏକ୍ସଟ୍ରିମ୍‍ କୋଲ୍ଡ ୱେଦର କ୍ଲଦିଙ୍ଗ୍‍ ସିଷ୍ଟମ୍‍’ ବା ଇସିଡବ୍ଲୁସିଏସ୍‍ ଓ ପର୍ବତାରୋହଣ ସାମଗ୍ରୀ ଆମଦାନୀ କରିବାରେ ୮୦୦କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହି ସବୁ ସାମଗ୍ରୀ ଅଷ୍ଟ୍ରେଲିଆ, ସ୍ୱିଜରଲାଣ୍ଡ, ଆମେରିକା, କାନାଡ଼ାରୁ ଆମଦାନୀ କରାଯାଇଥାଏ। ନିଜ ଦେଶରେ ପ୍ରସ୍ତୁତ କରାଯିବା ଦ୍ୱାରା ବାର୍ଷିକ ୩୦୦କୋଟି ଟଙ୍କାର ସଞ୍ଚୟ ହୋଇପାରିବ ବୋଲି ଆକଳନ କରାଯାଇଛି। ସରକାରୀ ଓ ଘରୋଇ ସହଭାଗିତାରେ ଭାରତରେ ଏଣିକି ଏସବୁ ଉତ୍ପାଦନ ହେବ ବୋଲି ଜଣେ ବରିଷ୍ଠ ସେନାଧିକାରୀ ସୂଚନା ଦେଇଛନ୍ତି। ସମ୍ପ୍ରତି ଚୀନ୍‍ ସୀମାନ୍ତ ଡୋକଲାମ୍‍ରେ ଉପସ୍ଥିତ ଯବାନଙ୍କୁ କିଛି ଭାରତୀୟ କମ୍ପାନୀ ପ୍ରସ୍ତୁତ ଏଭଳି ସାମଗ୍ରୀ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ କି ସିଆଚେନ୍‍ ଓ କାରାକୋରମ୍‍ କ୍ଷେତ୍ରରେ ବିଯୁକ୍ତ ୬୦ଡିଗ୍ରୀ ସେଲ୍‍ସିଅସ୍‍ରେ ଯାବନମାନେ ଦେଶର ସୁରକ୍ଷା ପାଇଁ ଅତ୍ୟନ୍ତ ପ୍ରତିକୂଳ ପାଗରେ ଜୀବନକୁ ପାଣି ଛଡ଼ାଇ ପହରା ଦେଉଛନ୍ତି। ଗତ ୧୦ବର୍ଷ ମଧ୍ୟରେ କେବଳ ପ୍ରତିକୂଳ ପାଗ ପାଇଁ ୧୬୦ଯବାନ ପ୍ରାଣ ହରାଇଲେଣି। ୧୯୮୪ରୁ ଯାବନମାନେ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହରା ଦେଉଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସରକାର ସମ୍ପ୍ରତି ଅଧିକ ଗୁରୁତ୍ୱାରୋପ କରୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories