ବଡ଼ ଖବର :
# ଜାମ୍ମୁ କାଶ୍ମୀର ଜନସାଧାରଣ ଆସନ୍ତାକାଲିର ଇଦ୍ ଉତ୍ସବକୁ ଶାନ୍ତିପୂର୍ଣ୍ଣଭାବେ ପାଳନ କରିବା ନିମନ୍ତେ ରାଜ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସହାୟତାମୂଳକ ପଦକ୍ଷେପ ଘୋଷଣା କରାଯାଇଛି।
# ଜମ୍ମୁ-କାଶ୍ମୀର ପରିସ୍ଥିତି ଶାନ୍ତିପୂର୍ଣ୍ଣ ; ଗତ ଏକ ସପ୍ତାହ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନାହିଁ।
# ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସ୍ୱାଭାବିକ ଚାଲିଛି। ସରକାରୀ ଓ ବେସରକାରୀ ପରିବହନ ସେବା ମଧ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି।
# କିସ୍ତୱାଡ଼୍, ଡୋଡା ଓ ଭଦ୍ରୋଆ ସହରରେ ମଧ୍ୟ ଇଦ୍ ପାଇଁ କର୍ଫ୍ୟୁ କୋହଳ କରାଯାଇଛି।
# ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଆତଙ୍କବାଦୀମାନେ ଲାଲକିଲ୍ଲାରେ ବଡ଼ ଧରଣର ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାତୀୟ ସୁରକ୍ଷା ସଂସ୍ଥା ହାଇ ଆଲର୍ଟ ଜାରି କରିଛି ।
# ଜମ୍ମୁ-କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ହେବା ପରେ ସେହି ଅଞ୍ଚଳରେ ଆତଙ୍କବାଦର ଅବସାନ ଘଟିବା ସହ ବିକାଶର ପଥ ଉନ୍ମୁକ୍ତ ହେବବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୃଢ ଆଶାପୋଷଣ କରିଛନ୍ତି।
# ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ମଧ୍ୟରେ ୨ୟ ଦିନିକିଆ, ଟସ୍ ଜିତି ଭାରତର ବ୍ୟାଟିଂ
# ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହିତ ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।
# ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକରେ ସେନାବାହିନୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିଛି।
# ଅନ୍ୟ ବନ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକରେ ଆବଶ୍ୟକମତେ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ୟ କେତେକ ଇଂଜିନିୟରିଂ ଟିମ୍କୁ ସଜାଗ ରଖାଯାଇଛି। ମହାରାଷ୍ଟ୍ର ଏବଂ କେରଳରେ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ୨୦ଟି ମେଡ଼ିକାଲ ଟିମ୍କୁ ସଂପୃକ୍ତ ଅଞ୍ଚଳକୁ ପଠାଯାଇଛି।
# ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଆଜି କର୍ଣ୍ଣାଟକର ବେଳଗାଭୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି।
# ଗତଥରର ଜାତୀୟ ଚାମ୍ପିୟନ ସୌରଭ ବର୍ମା ହାଇଦ୍ରାବାଦ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି।
ଆଞ୍ଚଳିକ:
# ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
# ରାଜ୍ୟରେ ଘଟିଥିବା ବନ୍ୟା କ୍ଷୟକ୍ଷତି ରିର୍ପୋଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ ପ୍ରଭାବିତ ୯ଟି ଜିଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
– ସେହି ଜିଲା ଗୁଡ଼ିକ ହେଉଛି ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର।
# ନୟାଗଡ଼ ପୁଲିସକୁ ଚକମା ଦେଇ ଜଣେ ବିଚାରାଧୀନ କଏଦୀ ଫେରାର ହେବା ମାମଲାରେ ଆଜି ଏସ୍ପି ଶଶିଭୂଷଣ ଶତପଥୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜଣେ ହାବିଲଦାରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
# ଢେଙ୍କାନାଳ ଜିଲା ଶ୍ୟାମାଚରଣପୁର- ଢେଙ୍କାନାଳ ମୁଖ୍ୟ ରେଲୱେ ଷ୍ଟେସନ ମଝିରେ ଥିବା କଇଁଥପୋଲିଆ ନିକଟରେ ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ଆଜି ୩ ଜଣ ଗ୍ୟାଙ୍ଗମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
# କେନ୍ଦୁଝର ଆଖପାଖରେ ରବିବାର ପ୍ରାୟ ୩୦ ହାତୀଙ୍କ ଉପଦ୍ରବ ଦେଖାଦେଇଛି। ସଦର ରେଞ୍ଜ କୁସୁମିତାରେ ୨୦ଟି ଓ ନରଣପୁର ବିଟ୍ ଜାଗୁନାଳିଆରେ ୧୦ଟି ହାତୀ ପଶିଥିବା ଜଣାପଡ଼ିଛି।
# ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ଅଭାବରୁ ଟିକେଟ କାଉଣ୍ଟରରେ ଆଜି ପର୍ଯ୍ୟଟକଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି।
# ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଝାରସୁଗୁଡ଼ାରେ ନିର୍ମିତ ହେବ ସମନ୍ୱିତ କ୍ରୀଡ଼ା ଭିତ୍ତିଭୂମି।
— ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କଦ୍ୱାରା ଆଜି ଅନୁଷ୍ଠିତ ହେଲା ଶିଳାନ୍ୟାସ ସମାରୋହ।
ଜାତୀୟ:
# ଜମ୍ମୁ-କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ହେବା ପରେ ସେହି ଅଞ୍ଚଳରେ ଆତଙ୍କବାଦର ଅବସାନ ଘଟିବା ସହ ବିକାଶର ପଥ ଉନ୍ମୁକ୍ତ ହେବବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୃଢ ଆଶାପୋଷଣ କରିଛନ୍ତି।
# ଜମ୍ମୁ-କାଶ୍ମୀର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ; ଗତ ଏକ ସପ୍ତାହ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନାହିଁ।
# ଜମ୍ମୁକାଶ୍ମୀରର ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସ୍ୱାଭାବିକ ଚାଲିଛି। ସରକାରୀ ଓ ବେସରକାରୀ ପରିବହନ ସେବା ମଧ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି।
# କିସ୍ତୱାଡ଼୍, ଡୋଡା ଓ ଭଦ୍ରୋଆ ସହରରେ ମଧ୍ୟ ଇଦ୍ ପାଇଁ କର୍ଫ୍ୟୁ କୋହଳ କରାଯାଇଛି।
# ଇଦ୍ ଉପଲକ୍ଷେ ସରକାରୀ କର୍ମଚାରୀମାନଙ୍କୁ ଗତକାଲି ଆଗୁଆ ବେତନ ପ୍ରଦାନ କରାଯାଇଛି। କଟକଣା କୋହଳ ହେବା ପରେ ଲୋକମାନେ ବହୁ ସଂଖ୍ୟାରେ ବଜାରକୁ ଆସି ଇଦ୍ ଉପଲକ୍ଷେ ବିଭିନ୍ନ ସାମଗ୍ରୀ କିଣୁଥିବାର ଲକ୍ଷ୍ୟ କରାଯାଉଛି।
# ତ୍ରିପୁରା ଜାତୀୟ ମୁକ୍ତି ସାମ୍ମୁଖ୍ୟ ମୁଖ୍ୟ ସବୀର କୁମାର ଦେବବର୍ମା ହିଂସାପଥ ପରିତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହେବା ପାଇଁ ରାଜି ହୋଇଛନ୍ତି।
# ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଆଜି କର୍ଣ୍ଣାଟକର ବେଳଗାଭୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି।
# ସାମ୍ପ୍ରତିକ ବନ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳର ବନ୍ୟା ପ୍ଳାବିତ ଅଞ୍ଚଳଗୁଡିକକୁ ଭାରତୀୟ ରେଳବାଇ ନିଶୁଳ୍କ ରିଲିଫ୍ ସାମଗ୍ରୀ ପରିବହନ କରିବ।
# ଆୟକର ବିଭାଗ ପକ୍ଷରୁ ତାମିଲନାଡ଼ୁର ଦୁଇଟି ମଦ ଉତ୍ପାଦନକାରୀ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ପ୍ରାୟ ୭୦୦ କୋଟି ଟଙ୍କାର ଆୟକର ଠକେଇ ଠାବ କରାଯାଇଛି।
# ଭାରତରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ମୃତ୍ୟୁବରଣ କରୁଥିବା ରାଜ୍ୟ ତାଲିକାରେ ତାଲିକାରେ ରାଜସ୍ଥାନ ସର୍ବାଗ୍ରେ ରହିଛି। ଏକ ସ୍ବାସ୍ଥ୍ୟ ରିପୋର୍ଟ ଅନୁଯାୟୀ ୨୦୧୮ରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୧୧୨ଜଣରୁ ଅଧିକ ଲୋକଙ୍କର ବାୟୁ ପ୍ରଦୂଷଣରେ ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ସର୍ବାଧିକ ଓ ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।
# ଉପରାଷ୍ଟ୍ରପତି ଏମ୍. ଭେଙ୍କିୟାନାଇଡୁ ଝାଡ଼ଖଣ୍ଡ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି।
ଆନ୍ତର୍ଜାତୀୟ :
# ତିନିଦିନିଆ ଚୀନ୍ ଗସ୍ତରେ ଯାଇ ବେଜିଂରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
# ଚୀନର ଝେଜିୟାଙ୍ଗରେ ପ୍ରବଳ ଘୂର୍ଣ୍ଣିଝଡ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି, ୧୨ରୁ ଅଧିକ ନିଖୋଜ



