www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷେ ବିତିଗଲାଣି ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାକିଆ ପ୍ରାପ୍ୟ

ବଲାଙ୍ଗିର:ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି । କାମର ଅଗ୍ରଗିତ ଦେଖି କିସ୍ତି ଆକାରରେ ଟଙ୍କା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଅନେକ ସମୟରେ ବିଭିନ୍ନ ସମସ୍ୟା କାରଣରୁ ହିତାଧିକାରୀଙ୍କୁ ଠିକ ସମୟରେ କିସ୍ତି ବାବଦ ଅର୍ଥ ମିଳିପାରୁନି ଯାହା ଫଳରେ ଅର୍ଥଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଳକ ସିନେ୍ଧକେଲା ଜୋନ ଅର୍ନ୍ତଗତ ଝିଙ୍କିପଡ଼ା ଗାଁର ମାଲପଡ଼ା ବାସୀନ୍ଦା ଅନନ୍ତ ମାଝୀଙ୍କ କ୍ଷେତ୍ରରେ । ଗତ ୨୦୧୫-୧୬ ଆର୍ଥୀକ ବର୍ଷରେ ଆବାସ ଯୋଜନାର କାର୍ଯ୍ୟକାରୀ ପ୍ରଦାନ କରାଯାଇ ପ୍ରଥମ କିସ୍ତିରେ ୨୦ହଜାର ଟଙ୍କା ଦିଆଯାଇଥିଲା । ଅନନ୍ତ ଗୃହ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ଟଙ୍କା ମିଳିବାରେ ବିଳମ୍ବ ହେବାରୁ ଧାରକରଜ କରି ଘର ଖଣ୍ଡିକର କାର୍ଯ୍ୟ ପୂରଣ କରିଥିଲେ । କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ତାଙ୍କ ବାକି କିସ୍ତିର ଟଙ୍କା ମିଳିନି । ଘର ନିର୍ମାଣ କରିଥିବା ମିସ୍ତ୍ରୀ,ମଜୁରୀଆ,ସିମେଣ୍ଟ ,ଇଟା ଓ ଗୋଡି ଦୋକାନିଙ୍କ ଧାର କରଜ ପଇସା ପଡ଼ି ରହିଛି । ରାତି ପାହିଲେ ଧାର କରଜ କରି ଆଣିଥିବା ଟଙ୍କା ପାଇଁ ଚିନ୍ତାରେ ପଡ଼ୁଛନ୍ତି ଅନନ୍ତ ମାଝୀ ଓ ତାଙ୍କ ସ୍ତ୍ରୀ । ଏସମ୍ପର୍କରେ ସ୍ୱାମୀ ସ୍ତ୍ରୀ ଦୁହେଁ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କୌଣସି ସୁଫଳ ପାଇପାରି ନାହାଁନ୍ତି । ତେଣୁ ଏଥିପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଗରିବ ପରିବାରଙ୍କ ବାକିଆ ପ୍ରାପ୍ୟ ଯୋଗାଇ ଦେଲେ ଆଗକୁ ବାକି ରହିଥିବା ଘର ନିର୍ମାଣ  କରି ପାରିବେ ଓ ଧାର  ସୁଝି ପାରିବେ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

 

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories